ରାଜସୁନାଖଳା- ତିନିଦିନ ରେ ଏନ ଏ ସି ଦାବିରେ ଅନଶନ l ଅନଶନକାରୀ ସାମ୍ବାଦିକ ଆର୍ତତ୍ରାଣ ପ୍ରଧାନ ଙ୍କୁ ଭେଟିଲେ ରଣପୁର ବିଧାୟକ ଏବଂ ତହସିଲଦାର l ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରାଜସୁନାଖଳା କୁ ବିଜ୍ଞାପିତ ଅଞ୍ଚଳ ପରିଷଦ ମାନ୍ୟତା ଦାବି ନେଇ ତିନିଦିନ ହେବ ଆମରଣ ଅନଶନ ଜାରି ରଖିଛନ୍ତି ସାମ୍ବାଦିକ ତଥା ସମାଜସେବୀ ଆର୍ତତ୍ରାଣ ପ୍ରଧାନ l ମଙ୍ଗଳବାର ଠାରୁ ଚାଲିଥିବା ଏହି ଅନଶନ କୁ ସ୍ଥାନୀୟ ଅଞ୍ଚଳ ର ବିଭିନ୍ନ ସ୍ବେଛାସେବୀ ସଂଗଠନ, ସାମାଜିକ କର୍ମୀ, ଯୁବବର୍ଗ, ବରିଷ୍ଠ ନାଗରିକ ସାମ୍ବାଦିକ ସମର୍ଥନ ଜଣାଇଛନ୍ତି l ଆଜି ଦିନସାରା ଅନଶନସ୍ଥଳ ରେ ଭିଡ଼ ଲାଗି ରହିଛି l ଦିନକୁ ଦିନ ସ୍ଥାନୀୟ ଲୋକଙ୍କ ଭିତରେ ସରକାର ଙ୍କ ପ୍ରତି ଆକ୍ରୋଶ ତଥା ପ୍ରତିବାଦ ର ସ୍ୱର ମଜବୁତ ହୋଇଛି l ଗତକାଲି ବିଳମ୍ବିତ ରାତିରେ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ପହଞ୍ଚି ନିର୍ବାଚନ ପରେ ବିଜ୍ଞାପିତ ଅଞ୍ଚଳ ପରିଷଦ ମାନ୍ୟତା ମିଳିବ ଏବଂ ଏପର୍ଯ୍ୟାୟ ଚୂଡାନ୍ତ ସ୍ଥରରେ ପହଂଚିଥିବା ସୂଚନା ଦେଇଥିଲେ l ଏବଂ 5ଟି ଅଧ୍ୟକ୍ଷ ନିର୍ବାଚନ ପରେ ଏନେଇ ଘୋଷଣା କରିବେ ବୋଲି କହିଥିଲେ ବିଧାୟକ l ଅନଶନ କୁ ସମର୍ଥନ ସହ ସ୍ଥାନୀୟ ଲୋକଙ୍କ ସ୍ୱାର୍ଥ ପାଇଁ ଏନେଇ ସେ ଉଦ୍ୟମ ଚଳାଇଥିବା କହିଥିଲେ l ତେବେ ଜିଲ୍ଲା ପ୍ରଶାସନ ର ପ୍ରତିଶୃତି ପରେ ଯାଇ ଆମରଣ ଅନଶନ ରୁ ଉଠିବେ ବୋଲି ଅନଶନକାରୀ ଶ୍ରୀ ପ୍ରଧାନ କହିଥିଲେ l
