ତିନି ବର୍ଷ ଧରି ଫୁସଫୁସରେ ଫସି ରହିଥିବା ଛୁରୀ ବାହାରିଲା ।

ଦେହରୁ ବାହାରିଲା ଚାଖଣ୍ଡେ ଲମ୍ବର ଛୁରୀ । ତିନି ବର୍ଷ ଧରି ଫୁସଫୁସରେ ଫସି ରହିଥିବା ଛୁରୀ ଶେଷରେ ଅପରେସନ ପରେ ବାହାରିଲା । ଏମ୍‌କେସିଜି ମେଡିକାଲ କଲେଜ ଓ ହସପିଟାଲର ଡାକ୍ତରମାନେ ଏକ ବିରଳ ଅପରେସନ କରିବାରେ ସଫଳ ହୋଇଛନ୍ତି। ୩ ବର୍ଷ ଧରି ଜଣେ ଯୁବକଙ୍କ ଛାତି ଭିତରେ ଥିବା ୮ ସେମି ଲମ୍ବର ଏକ ଛୁରିକୁ ଅ‌େ‌ସ୍ତ୍ରାପଚାର କରି ଡାକ୍ତର ବାହାର କରିଛନ୍ତି। ଛୁରିଟି ସଂପୃକ୍ତ ଯୁବକଙ୍କ ବାମ ପଟ ବେକ ତଳେ ପଶିଥିବା ବେଳେ ତାହାକୁ ଡାକ୍ତରମାନେ ଡାହାଣ ପାର୍ଶ୍ବ ଫୁସଫୁସ ଭିତରେ ଠାବ କରିଥିଲେ।ଯନ୍ତ୍ରଣା ହେଉଥିଲା, ରକ୍ତ ବାନ୍ତି ବି ହେଉଥିଲା l ଏପରିକି ଟିବି ହୋଇଛି କହିବାରୁ ତାଙ୍କର ଟ୍ରିଟମେଣ୍ଟ ମଧ୍ୟ କରିଥଲେ l ହେଲେ କିଛି ଲାଭ ହୋଇ ନଥିଲା । ଆଉ ଶେଷରେ mkcg ମେଡିକାଲରେ ତାଙ୍କର ସମସ୍ୟାକୁ ଠଉରାଇ ତାଙ୍କର ସଫଳ ଅପରେସନ୍ କରାଯାଇଛି । ଏଥିପାଇଁ ସନ୍ତୋଷ ଓ ତାଙ୍କ ସ୍ତ୍ରୀ ଡାକ୍ତରଙ୍କୁ ଧନ୍ୟବାଦ ଦେଇଛନ୍ତି

ଅଧିକ ପଢନ୍ତୁ

Odisha Darpan Digital