ତିନି ମାସରେ ଘର ଘର ବୁଲି ଆଶା କର୍ମୀ ଆୟୁଷ୍ମାନ କାର୍ଡ ବଣ୍ଟନ କରିବେ

ନିକଟରେ ଓଡ଼ିଶାରେ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ପିଏମ-ଜେଏୱାୟୀ)ର ଆରମ୍ଭ ହୋଇଯାଇଛି। ଏହି ଯୋଜନା ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରି, ଓଡ଼ିଶାର ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଘୋଷଣା କରିଛନ୍ତି ଯେ ରାଜ୍ୟର ପ୍ରାୟ ୩.୫ କୋଟି ବ୍ୟକ୍ତି ଏକୀକୃତ ସ୍ୱାସ୍ଥ୍ୟ ବୀମା ଯୋଜନାରୁ ଉପକୃତ ହେବେ। ତେବେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଭୁବନେଶ୍ବର ଡୁମୁଡୁମାରେ ଘରକୁ ଘର ବୁଲି ଆୟୁଷ୍ମାନ କାର୍ଡ ବଣ୍ଟନ କରିଛନ୍ତି। କଟକ ସଦର ଵମ୍ଫକୁଦ ପ୍ରାଥମିକ ଚିକିତ୍ସାଳୟରେ ସାଂସଦ ଭର୍ତ୍ତୃହରି ମହାତାବ କାର୍ଡ ବାଣ୍ଟିଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ମନ୍ତ୍ରୀ, ବିଧାୟକ ଓ ସାଂସଦମାନେ କାର୍ଡ ବଣ୍ଟନରେ ସାମିଲ ହୋଇଛନ୍ତି। ତିନି ମାସରେ ଘର ଘର ବୁଲି ଆଶା କର୍ମୀ କାର୍ଡ ବଣ୍ଟନ ପ୍ରକ୍ରିୟା ସାରିବାକୁ ଲକ୍ଷ୍ୟ ରଖାଯାଇଛି।ଯେଉଁମାନେ କାର୍ଡ ପାଇନଥିବେ କିଛି ସ୍ବାସ୍ଥ୍ୟ ସମସ୍ୟା ହେଲେ ପୁରୁଣା କାର୍ଡ ଓ ଆଧାର ଦେଖାଇ ଦେଶର ୨୯ ହଜାର ଅନୁବନ୍ଧିତ ଡାକ୍ତଖାନାରେ ସ୍ବାସ୍ଥ୍ୟ ସେବା ପାଇପାରିବେ।

ଅଧିକ ପଢନ୍ତୁ

Odisha Darpan Digital