ତିରୁପତି ମନ୍ଦିରର ପ୍ରସାଦ ଲଡୁ ପାଇଁ ବ୍ୟବହାର ହେଉଥିବା ଘିଅରେ ମିଶୁଛି ପଶୁ ଚର୍ବି ଓ ମାଛ ତେଲ ମାମଲାରେ ୪ ଜଣ ଗିରଫ ହୋଇଛନ୍ତି । ଏମାନେ ହେଲେ ଭୋଳା ବାବା ଡାଏରୀର ପୂର୍ବ ନିର୍ଦ୍ଦେଶକ ବିପିନ ଜୈନ ଏବଂ ପୋମିଲ ଜୈନ, ବୈଷ୍ଣବ ଡାଏରୀର ଅପୂର୍ବ ଚାୱଡା ଏବଂ ଏଆର ଡେରୀର ରାଜୁ ରାଜଶେଖରନଙ୍କ ବୋଲି ଜଣାପଡିଛି । ଏସଆଇଟି ଏମାନଙ୍କୁ ଗିରଫ କରିଛି ।ତେବେ ତିରୁପତି ମନ୍ଦିରର ପ୍ରସାଦ ଲଡୁ ପାଇଁ ବ୍ୟବହାର ହେଉଥିବା ଘିଅରେ ମିଶୁଛି ପଶୁଙ୍କ ଚର୍ବି ଓ ମାଛ ତେଲ । ଏଭଳି ଅଭିଯୋଗ ଆସିବା ପରେ ମାମଲା ପହଞ୍ଚିଥିଲା ସୁପ୍ରିମକୋର୍ଟରେ । ପ୍ରସାଦରେ ଅପମିଶ୍ରଣ କରାଯାଇଥିବା ଅଭିଯୋଗ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ, ପ୍ରସାଦ କଣ୍ଟ୍ରାଟ ନେଇଥିବା ସଂସ୍ଥା ବିରୋଧରେ ପିଟିସନ ଦାଖଲ କରିଥିଲେ ଆଇନଜୀବୀ ।
ସେପଟେ ଏହି ପ୍ରସଙ୍ଗ ରାଜନୈତିକ ମୁଦ୍ଦା ପାଲଟିଥିବା ବେଳେ ପ୍ରସାଦର ସ୍ବଚ୍ଛତା ନେଇ ରିପୋର୍ଟ ତଲବ କରିଥିଲା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ । ଏହି ଘଟଣା ତଦନ୍ତ ଭାର ହାତକୁ ନେଇଥିଲା ସିବିଆଇ । ଏହି ଘଟଣାରେ ଘିଅ ସପ୍ଲାଏ କରୁଥିବା ୪ ଜଣଙ୍କୁ ଗିରଫ କରିଥିଲା ସିବିଆଇ । ଗିରଫ ଅଭିଯୁକ୍ତଙ୍କୁ ଆଜି କୋର୍ଟରେ ହାଜର କରାଯିବ ।