ତୁଳସୀ ଗଣନାଟ୍ୟ ମାଲିକ ଅନନ୍ତ ନାରାୟଣ ଧଳ ଓରଫ ନାଣ୍ଡୁଙ୍କ ସହ ଯାତ୍ରା ହାସ୍ୟ ଅଭିନେତା ନରି ପଣ୍ଡାଙ୍କ ବିବାଦର ଏକ ପ୍ରକାର ସମାଧାନ ହୋଇଛି। ନରି ନେଇଥିବା ୧୦ ଲକ୍ଷ ଟଙ୍କାକୁ ବାଲିଚନ୍ଦ୍ରପୁର ଥାନା ଅଧିକାରୀଙ୍କ ଜରିଆରେ ଫେରାଇଛନ୍ତି। ତୁଳସୀ ଗଣନାଟ୍ୟରେ ଆଗାମୀ ଯାତ୍ରା ସିଜିନ୍ରେ କାମ କରିବା ପାଇଁ ଯାତ୍ରା କଳାକାର ନରି ପଣ୍ଡା ଅଗ୍ରୀମ ଟଙ୍କା ନେଇଥିଲେ । ତୁଳସୀ ଗଣନାଟ୍ୟର ମାଲିକ ଅନନ୍ତ ନାରାୟଣ ଧଳଙ୍କ ଠାରୁ ନରି ପଣ୍ଡା ୧୦ ଲକ୍ଷ ଟଙ୍କା ନେଇଥିଲେ ନରି ପଣ୍ଡା । ପରେ ଯାତ୍ରା ମାଲିକ ନାଣ୍ଡୁ ବାବୁ ଓ ନରି ପଣ୍ଡାଙ୍କ ମଧ୍ୟରେ ବିବାଦ ହୋଇଥିଲା । ଏପିରିକି ପରି ପଣ୍ଡାଙ୍କୁ ଯାତ୍ରା ମାଲିକ ନାଣ୍ଡୁ ବାବୁ ମାଡ଼ ମାରିଥିବାର ଅଭିଯୋଗ ହୋଇଥିଲା । ଏନେଇ ବାଲିଚନ୍ଦ୍ରପୁର ଥାନାରେ ଦ୍ୱାରସ୍ଥ ମଧ୍ୟ ହୋଇଥିଲେ । ଯାହାକୁ ନେଇ ଯାତ୍ରା ମାଲିକ ଓ କଳାକାରଙ୍କ ମଧ୍ୟରେ ବିବାଦ ବଢିବାରେ ଲାଗିଥିଲା । ତେବେ ନାଣ୍ଡୁୁଙ୍କ ଅନୁପସ୍ଥିତିରେ ବାଲିଚନ୍ଦ୍ରପୁର ଥାନା ଅଧିକାରୀ ସମରଜିତ ନାୟକ ଟଙ୍କା ଗ୍ରହଣ କରିଥିଲେ । ଟଙ୍କା ଫେରସ୍ତ ପାଇଁ ନରି ପଣ୍ଡା ବାଲିଚନ୍ଦ୍ରପୁର ଥାନାକୁ ୩ ଥର ଆସି ନିରାଶ ହୋଇଥିଲେ। ହେଲେ ସୋମବାର ଟଙ୍କା ଫେରସ୍ତ ସମ୍ଭବ ହୋଇଛି। ପୂର୍ବରୁ ନରି ଆସିଥିଲେ ବି ନାଣ୍ଡୁ ଥାନାକୁ ଯିବେ ନାହିଁ, ହୋଟେଲରେ ଆଣି ଟଙ୍କା ଫେରାଇବାକୁ କହିଥିଲେ। ନରି କିନ୍ତୁ ଥାନା ଜରିଆରେ ଟଙ୍କା ଫେରାଇବାକୁ ଜିଦ୍ ଧରିଥିଲେ |
