ଯାଜପୁର ଜିଲ୍ଲାର ଚଣ୍ଡୀଖୋଲରେ ତୁଳସୀ ଗଣନାଟ୍ୟ ଦଳର ‘ଏଇ ବୋଧେ ଶେଷ ଦେଖା’ ନାଟକର ରିହର୍ସାଲ ସମୟରେ ଅଭିନେତା ଶୁଭମ ଏକ ଜୀଅନ୍ତା ଅଜଣା ସାପକୁ ହାତରେ ଧରି ଅଭିନୟ କରୁଥିବା ଭିଡିଓ ଭାଇରାଲ ହେବା ପରେ ବିବାଦ ସୃଷ୍ଟି ହୋଇଛି। ନିଜ ଅଭିନୟ ଦ୍ୱାରା ଅଭିନେତ୍ରୀ ଓ ଅନ୍ୟ ଅଭିନେତାଙ୍କୁ ସାପ ଧରିବା ପାଇଁ କଳାକାର ସାଇ କହୁଛନ୍ତି । ସାପକୁ ହାତରେ ଗୁଡାଇ ସଂଳାପ ମଧ୍ୟ କରୁଛନ୍ତି ଅଭିନେତା ସାଇ । ନାଣ୍ଡୁବାବୁଙ୍କ ଯାତ୍ରାର ଫାଇନାଲ ରିହରସେଲରେ ଏଭଳି ଦୃଶ୍ୟ ଦେଖି ସମସ୍ତେ ଚକ୍କିତ କରିଥିଲା । ତେବେ ଯାତ୍ରୀ ମଞ୍ଚରେ ସାପ ଧରି ଅଭିନୟ କରିବା କେତେଦୂର ଠିକ । ଆଇନ ବାହାରେ ଏହି କାମ କରିବାକୁ କିଏ ଅନୁମତି ଦେଲା ବୋଲି ପ୍ରଶ୍ନ ଉଠିଛି ସାପଟି କେଉଁଠୁ ଆସିଲା । ଆଉ ଏହାକୁ କିଏ ପୋଷା ମନେଇଛି ବୋଲି ପ୍ରଶ୍ନ ଉଠିଛି ।ବନ୍ୟଜନ୍ତୁ ବିଶେଷଜ୍ଞ ଓ ଆଇନଜ୍ଞମାନେ ସୋସିଆଲ ମିଡିଆରେ ଜଣାଇଛନ୍ତି ଯେ, ଅନୁମତି ବିନା ବନ୍ୟଜନ୍ତୁକୁ ମନୋରଞ୍ଜନ ପାଇଁ ବ୍ୟବହାର କରିବା ୧୯୭୨ ବନ୍ୟଜନ୍ତୁ ସୁରକ୍ଷା ଆଇନ ଅନୁଯାୟୀ ଦଣ୍ଡନୀୟ ଅପରାଧ। ଏପର୍ଯ୍ୟନ୍ତ କୌଣସି ଏଫଆଇଆର ଦାୟର ହୋଇନାହିଁ, କିନ୍ତୁ ବନ୍ୟଜନ୍ତୁ ଶୋଷଣ ପ୍ରତି ଜନସଚେତନତା ବୃଦ୍ଧି ହେବା କାରଣରୁ ବନ ଓ ପ୍ରବର୍ତ୍ତନ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ନେଇପାରନ୍ତି।ତୁରନ୍ତ ଏହି ଘଟଣାରେ ନାଣ୍ଡୁ ବାବୁ ଏହାର ଜବାବ ଦେବା ସହ ଏଭଳି ସୋ କରି କାହାକୁ ଭୟଭୀତ କରନ୍ତୁ ନାହିଁ ବୋଲି ବିଭିନ୍ନ ମହଲରେ ଦାବି ହୋଇଛି ।
