ତେଜରାତି ଦୋକାନ କରିଥିବା ପୁରୀର ୟୁଟ୍ୟୁବର ପ୍ରିୟଙ୍କାଙ୍କ ବାପା ଏବେ କୋଟିପତି ।

ପୁରୀର ଝିଅ ପ୍ରିୟଙ୍କା ସେନାପତି ଏବେ ଚର୍ଚ୍ଚାରେ। ସେ ପାକିସ୍ତାନୀ ସ୍ପାଏ ଜ୍ୟୋତି ମାଲହୋତ୍ରାଙ୍କ ଲିଙ୍କରେ ଥିବାରୁ ତାଙ୍କୁ ନେଇ ତଦନ୍ତ ଜାରି ରହିଛି। ଜାତୀୟ ତଦନ୍ତକାରୀ ସଂସ୍ଥା ପ୍ରିୟଙ୍କାଙ୍କ ଉପରେ କଡ଼ା ନଜର ରଖିଛି । ତେବେ ତେଜରାତି ଦୋକାନ କରିଥିବା ପୁରୀର ୟୁଟ୍ୟୁବର ପ୍ରିୟଙ୍କାଙ୍କ ବାପା ଏବେ କୋଟିପତି । ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରି ୟୁଟ୍ୟୁବର୍ ଜ୍ୟୋତି ମାଲହୋତ୍ରା ଗିରଫ ହେବାପରେ ପୁରୀର ୟୁଟ୍ୟୁବର୍ ପ୍ରିୟଙ୍କା ପୁଲିସ ସ୍କାନରକୁ ଆସିଛନ୍ତି । ପୁଲିସର ଏକ ଟିମ୍ ପ୍ରିୟଙ୍କାଙ୍କ ଘରକୁ ଯାଇ ଘନ ଘନ ପଚରାଉଚରା କରି ଜେରା କରୁଛି । ପୁଲିସ ପ୍ରିୟଙ୍କା ସମେତ ତାଙ୍କ ବାପା ରାଜକିଶୋର ସେନାପତି ଓ ଅନ୍ୟମାନଙ୍କୁ ମଧ୍ୟ ଜେରା କରୁଛି । ତେବେ ଜ୍ୟୋତିଙ୍କ ସହ ପ୍ରିୟଙ୍କାଙ୍କ ସମ୍ପର୍କ ଥିଲା ବେଶ୍‌ ନିବିଡ଼। ଏକାଠି ବୁଲୁଥିଲେ ଏବଂ ହୋଟେଲରେ ରହୁଥିଲେ। ଏପରିକି ଦୁହେଁ ପାକିସ୍ତାନ ମିଶିକି ମଧ୍ୟ ଯାଇଥିଲେ। ଝିଅ ପାକିସ୍ତାନ ଯାଇଥିବା ତାଙ୍କ ବାପା ଖୋଦ ସ୍ବୀକାର କରିଛନ୍ତି।
ତେବେ ପ୍ରିୟଙ୍କା କିପରି କୋଟିପତି ହୋଇଛନ୍ତି ତାହାକୁ ନେଇ ଜାତୀୟ ତଦନ୍ତକାରୀ ସଂସ୍ଥା ତଦନ୍ତ କରୁଛି । ତାହା ସହ ତାଙ୍କ ଆକାଉଣ୍ଟ ଓ ତାଙ୍କ ବାପାଙ୍କ ଆକାଉଣ୍ଟ ମଧ୍ୟ ଯାଞ୍ଚ ଚାଲିଛି।
ଏନେଇ ପୁରୀ ଏସ୍‌ପି କହିଛନ୍ତି ଯେ, ପ୍ରିୟାଙ୍କାଙ୍କ ଓ ତାଙ୍କ ପରିବାରର ଆର୍ଥିକ କାରବାରକୁ ନେଇ ଯାଞ୍ଚ ଚାଲିଛି। କେଉଁଠୁ ଟଙ୍କା ଆସିଲା ସେନେଇ ନେଇ ମଧ୍ୟ ତଦନ୍ତ ଚାଲିଛି। କେମିତି ସେ ୪ଟି ବିଳାସପୂର୍ଣ୍ଣ ହୋଟେଲର ମାଲିକାଣୀ ହୋଇଛନ୍ତି ତାହା ମଧ୍ୟ ତଦନ୍ତ ପରିସର ରହିଛି। ପୂର୍ବରୁ ଆର୍ଥିକ ଅନଟନରେ ଚଳୁଥିବା ପ୍ରିୟଙ୍କାଙ୍କ ପରିବାରର ଖୁବ୍ କମ୍ ଦିନରେ ଆର୍ଥିକ କ୍ଷେତ୍ରରେ ଉନ୍ନତି ହୋଇଛି । ତେଣୁ ପ୍ରିୟଙ୍କାଙ୍କ ପରିବାରର ସମସ୍ତଙ୍କ ନାମରେ ଥିବା ବ୍ୟାଙ୍କ ଆକାଉଣ୍ଟକୁ ତଦନ୍ତ ପରିସରଭୁକ୍ତ କରାଯାଉ ବୋଲି ସାଧାରଣରେ ଦାବି ହୋଇଛି ।

ଅଧିକ ପଢନ୍ତୁ

kc ads