ତେଲେଙ୍ଗାନାରେ ସାଇବର ଠକମାନେ APK ପାଇଲ୍ସ ନାମରେ ଠକେଇ

ତେଲେଙ୍ଗାନାରେ ସାଇବର ଠକମାନେ APK ପାଇଲ୍ସ ନାମରେ ଠକେଇ କରୁଛନ୍ତି । ଠକମାନେ ଏମିତି କହୁଛନ୍ତି-‘ଆଧାର ଏବଂ ନୋ ୟୋର କଷ୍ଟମର (KYC) ଡିଟେଲ୍ସ ଅପଡେଟ ନ କରିବା କାରଣରୁ ଆଜି ରାତିରୁ ଆମେ ଆପଣଙ୍କ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ବ୍ଲକ କରୁଛୁ । ତୁରନ୍ତ ତଳେ ଦେଇଥିବା ଲିଙ୍ଗରେ କ୍ଲିକ କରି ଡିଟେଲ୍ସ ଅପଲୋଡ କରନ୍ତୁ।’ଏପରି ମେସେଜ ରବିବାର ଦିନ ଟିମ SBI ନାମରେ ଏକାଧିକ ହ୍ୱାଟ୍ସ ଆପ ଗ୍ରୁପକୁ ଆସିଥିଲା । ଏସବିଆଇରେ ଆକାଉଣ୍ଟ ଥିବା ଅନେକ ଲୋକ ଡରରେ ଏହି ଲିଙ୍କରେ କ୍ଲିକ କରି ଦେଇଥିଲେ । ଏହା ପରେ ସେମାନଙ୍କର ଫୋନ କ୍ରିମିନାଲଙ୍କ କବ୍ଜାକୁ ଚାଲି ଯାଇଥିଲା । ଏହା ପରେ ଏହି ମେସେଜ ଗୋଟିଏ ଫୋନରୁ ଆଉ ଗୋଟିଏ ଫୋନକୁ ପଠା ଯାଇଥିଲା ।ପରେ ଜଣାପଡିଥିଲା, ରାଜ୍ୟରେ ମିଡିଆ ସହ ଜଡିତ ମନ୍ତ୍ରୀମାନଙ୍କର ହ୍ୱାଟ୍ସଆପ ଗ୍ରୁପ ବି ହ୍ୟାକ କରି ନେଇଛନ୍ତି ସାଇବର ଠକ । ଏହିପରି ସାଇବର ଠକମାନେ SBI KYC ନାମରେ APK ଫାଇଲ୍ସ ସେୟାର କରୁଥିଲେ । ତେବେ SBI ପକ୍ଷରୁ ସୂଚନା ଦିଆଯାଇଛି, ଏହି ବିଭାଗର ତଦାରଖ କରୁଥିବା ଅଧିକାରୀ,ସାମ୍ବାଦିକମାନଙ୍କୁ ମେସେଜ ପଠାଯାଇଛି । ସାଇବର ପୋଲିସ ଏହି APK ଫାଇଲ୍ସ ନ ଖୋଲିବାକୁ ପରାମର୍ଶ ଦେଇଛି ।

ଅଧିକ ପଢନ୍ତୁ