ଥଣ୍ଡା କ୍ଷୀର: ଶରୀର ଓଜନ କମାଇବା ସହ ଦେଇଥାଏ ଉଜ୍ବଳ ତ୍ବଚା

ନିୟମିତ କ୍ଷୀର ପିଇଲେ ଶରୀର ସୁସ୍ଥ ରହିଥାଏ। ହେଲେ ଏହି କ୍ଷୀରକୁ କେହି ଉଷୁମ ଅବସ୍ଥାରେ ପିଅନ୍ତି ତ ଆଉ କେହି ଥଣ୍ଡା କ୍ଷୀର ପିଇବାକୁ ପସନ୍ଦ କରିଥାଆନ୍ତି। ହେଲେ ଉଷୁମ କ୍ଷୀର ଅପେକ୍ଷା ଥଣ୍ଡା କ୍ଷୀର ଆମ ଶରୀର ପାଇଁ ଅଧିକ ଉପକାରୀ ଏକଥା ଅନେକଙ୍କୁ ଜଣା ନ ଥିବ।ଲୋକମାନେ ଓଜନ କମାଇବାକୁ ବିଭିନ୍ନ ପ୍ରକାର ଉପାୟ ଆପଣେଇଥାନ୍ତି। ତଥାପି ସେମାନଙ୍କର ଓଜନ କମି ନଥାଏ। ଏଭଳି ପରିସ୍ଥିତିରେ ଆପଣ ଗରମ କ୍ଷୀର ବଦଳରେ ଥଣ୍ଡା କ୍ଷୀର ପିଇ ମଧ୍ୟ ସହଜରେ ନିଜର ଓଜନ କମାଇପାରିବେ। ଏହାକୁ ପିଇବା ଦ୍ବାରା ତାପମାନ ନର୍ମାଲ ରହିଥାଏ। ଶରୀରର ଟେମ୍ପରଚରକୁ ବଢ଼ାଇ କ୍ୟାଲୋରୀ ସ୍ରୁଷ୍ଟି କରି ତାହାକୁ ହ୍ରାସ କରାଇଥାଏ। ଏଭଳି ହେବା ଦ୍ବାରା ଓଜନ ନିୟନ୍ତ୍ରଣରେ ରହିଥାଏ।କିଛି ଲୋକଙ୍କୁ ଏସିଡିଟିର ବହୁତ ଅଧିକ ଅସୁବିଧା ରହିଥାଏ। ଏହିଭଳି ଲୋକଙ୍କୁ ଏସିଡିଟିରୁ ମୁକ୍ତି ପାଇବାକୁ ହେଲେ ଥଣ୍ଡା କ୍ଷୀର ପିଇବା ଉଚିତ। ଥଣ୍ଡା କ୍ଷୀର ପିଇବା ଦ୍ବାରା ଶରୀରରେ ଗ୍ୟାସ ହୋଇ ନଥାଏ ଏବଂ ପେଟ ବ୍ୟଥା ଭଳି ସମସ୍ୟା ରହି ନଥାଏ।ଥଣ୍ଡା କ୍ଷୀର ପିଇବା ଦ୍ବାରା ଚେହେରାରେ ଚମକ ଆସିଥାଏ। ଚେହେରାରେ ଚମକ ଆସିବା ସହିତ ତ୍ବଚାକୁ ଟାଇଟ,ହାଇଡ୍ରେଟ ଏବଂ ନରମ କରାଇଥାଏ।ଏହା ଶରୀରକୁ ଶକ୍ତି ଯୋଗାଇବା ସହ ଚର୍ମକୁ ଟାଇଟ୍‌ କରି ରଖିଥାଏ।ଥଣ୍ଡା କ୍ଷୀର ପ୍ରୋଟିନର ଅଭାବକୁ ପୂରଣ କରିଥାଏ।

ଅଧିକ ପଢନ୍ତୁ

Odisha Darpan Digital