ଥରେ ଟଙ୍କା ଦେଲେ ବର୍ଷସାରା ମାଗଣାରେ କରିବେ ଯାତ୍ରା

ଜାତୀୟ ରାଜପଥରେ ଯିବା ବେଳେ ପ୍ରାୟ ୬୦ କିଲୋମିଟରରେ ଗୋଟାଏ ଲେଖାଏଁ ଟୋଲ ଗେଟ୍‌ ପଡ଼େ । ଏହି ଟୋଲ ଗେଟ୍‌ରେ ନିର୍ଦ୍ଧାରିତ ଟଙ୍କା ଦେବା ପରେ ହିଁ ଆପଣ ଆଗକୁ ବଢନ୍ତି । ବେଳେ ବେଳେ ଟୋଲ ପ୍ଲାଜାରେ ଏମିତି ଭିଡ଼ ହୁଏ ଯେ ଘଂଟା ଘଂଟା ପର୍ଯ୍ୟନ୍ତ ଆପଣ ରାସ୍ତାରେ ହିଁ ଅପେକ୍ଷା କରନ୍ତି । ସୂଚନା ଥାଉକି, ପରିବହନ ବ୍ୟବସ୍ଥା ସୁଦୃଢ କରିବା ଲାଗି ଲଗାତର ଚେଷ୍ଟା କରୁଛନ୍ତି କେନ୍ଦ୍ର ସରକାର । ଏହି ଯୋଜନା ଆଧାରରେ ଖୁବଶୀଘ୍ର କେନ୍ଦ୍ର ସରକାର ବାର୍ଷିକ ଓ ଲାଇଫ୍‌ ଟାଇମ୍‌ ଟୋଲ ପାସ୍‌ ବ୍ୟବସ୍ଥା ଆଣିବାକୁ ଯାଉଛନ୍ତି । ପ୍ରସ୍ତାବ ଅନୁସାରେ, ଯାତ୍ରୀ ମାତ୍ର ୩ ହଜାର ଟଙ୍କା ଦେଇ ବାର୍ଷିକ ପାସ୍‌ କିଣିପାରିବେ । ଯେଉଁ ପାସ୍‌ ଦେଖାଇ ଯାତ୍ରୀମାନେ ପୁରା ବର୍ଷ ଜାତୀୟ ରାଜପଥରେ ଆରାମରେ ଯାତ୍ରା କରିପାରିବେ ।

ଠିକ୍‌ ସେମିତି, ୧୫ ବର୍ଷିୟା ଲାଇଫ୍‌ ଟାଇମ୍‌ ପାସ କରିବାକୁ ହେଲେ ଦେବାକୁ ପଡ଼ିବ ୩୦ ହଜାର ଟଙ୍କା ରାସ୍ତାରେ ଯିବା ବେଳେ କେମିତି ସହଜରେ ଯାତ୍ରା କରିବେ ଯାତ୍ରୀ ସେନେଇ କେନ୍ଦ୍ର ପରିବହନ ବିଭାଗ ଅନେକ ପ୍ରସ୍ତାବ ଉପରେ ଆଲୋଚନା କରୁଛନ୍ତି । ସୂଚନା ଅନୁସାରେ, ନୂଆ ଟୋଲ୍‌ ନିୟମ ନେଇ ମନ୍ତ୍ରଣାଳୟ ବିଚାରବିମର୍ଶ ଚଲାଇଛି । ଖାଲି ଏତିକି ନୁହେଁ ଏବେ କିଲୋମିଟର ପିଛା ଯେତିକି ଟଙ୍କା ଆଦାୟ ହେଉଛି ତାହାକୁ କମାଇବାକୁ ଚେଷ୍ଟା କରାଯାଉଛି । ଗୁରୁତ୍ବପୂର୍ଣ୍ଣ କଥା ହେଲା, ଏହି ନୂଆ ବ୍ୟବସ୍ଥା ଆପଣାଇବାକୁ ହେଲେ କୌଣସି ନୂଆ ପାସ୍‌ କରିବାକୁ ପଡ଼ିବ ନାହିଁ । କାରଣ ଫାସ୍‌ଟ୍ୟାଗ୍‌ ସହ ଏହାକୁ ଲିଙ୍କ କରାଯିବ । ।

ଅଧିକ ପଢନ୍ତୁ