କଟକ ଜିଲ୍ଲା ସାଲେପୁର ବ୍ଲକ୍ ପଗା ପୋଲିସ ଫାଣ୍ଡି ପରିସରରେ ଦେଖିବାକୁ ମିଳିଛି ଏଭଳି ଏକ ନିଆରା ଦୃଶ୍ୟ ।ପାଗା ତ୍ରିଲୋଚନପୁରର ଉଦୟ ନାଥ ଭୋଇଙ୍କ ଝିଅ ନମିତା ଭୋଇଙ୍କୁ ଥାନାରେ ବିବାହ କରିଛନ୍ତି ମହଜନପୂରର ଶ୍ରୀଧର ଭୋଇଙ୍କ ପୁଅ ସୁମନ ଭୋଇ । ଉଭୟ ଉଭୟଙ୍କୁ ଦୀର୍ଘ ୩ ବର୍ଷରୁ ଉର୍ଦ୍ଧ୍ଵ ହେବ ଭଲ ପାଉଥିଲେ । ମାତ୍ର ପରିବାର ସଦସ୍ୟଙ୍କୁ ଭୟରେ କହି ନପାରି ଘରୁ ଲୁଚି ପଳେଇଥିଲେ । ଏନେଇ ପାଗା ଫାଣ୍ଡିରେ ଅଭିଯୋଗ ହୋଇଥିଲା ।ତେବେ ଉଭୟ ସରପଞ୍ଚ ଓ ପରିବାର ସଦସ୍ୟଙ୍କ ସହଯୋଗରେ ଏବଂ ପୋଲିସ ଉପସ୍ଥିତିରେ ଥାନା ପରିସରରେ ଏହି ପ୍ରେମ ଯୁଗଳଙ୍କ ବିବାହ ଆୟୋଜନ କରାଇଥିଲେ ।ଭଲ ପାଇ ବିବାହ କରିବା ଅନେକ ସମୟରେ ସମ୍ଭବ ହୋଇ ନଥାଏ । କାରଣ ପରିବାର ସଂପର୍କୀୟ ଓ ଅଭିଭାବକଙ୍କ ସହଯୋଗ ଅର୍ଥାତ ସମାଜ ସ୍ବୀକୃତିକୁ ଭୟ କରି ଅନେକ ସ୍ଥାନରେ ପ୍ରେମ ବିବାହ ବାସ୍ତବତାରେ ପରିଣତ ହୋଇନଥାଏ । ଯେଉଁଥିପାଇଁ ଭୁଲ ବାଟ ଆପଣେଇ ଥାଆନ୍ତି ପ୍ରେମିକ ପ୍ରେମିକା । କିନ୍ତୁ ସମାଜରେ ଏଭଳି ଭୁଲ ପନ୍ଥାକୁ କିଭଳି ଏଡାଇ ଦିଆଯିବ ସେଥିପାଇଁ କିଛି ଉତ୍ସାହୀ ଯୁବକ ଏବଂ ଗାଁର ମୁରବିଙ୍କ ଦ୍ଵାରା ସ୍ଥାନୀୟ ଥାନାରେ ଏକ ସଫଳ ଆଦର୍ଶ ବିବାହ ଅନୁଷ୍ଠିତ ହୋଇଛି ।
