ଥାନାର ଦ୍ୱାରସ୍ତ ହୋଇଛନ୍ତି ରାୟଗଡ଼ ଟ୍ରକ୍ ମାଲିକ ସଂଘ। ୪୦ବର୍ଷର ହିସାବ ଓ ଟଙ୍କା ଫେରାଓ ନଚେତ୍ ରାଜ ରାସ୍ତାକୁ ଅହ୍ଲାଇବୁ।ଟ୍ରକ୍ ମାଲିକ ସଂଘ ରାୟଗଡା ଆଜି ଥାନାର ଦ୍ୱାରସ୍ତ ହୋଇଛନ୍ତି। ପ୍ରାୟ ଦୁଇ ଶହ ଜଣ ଟ୍ରକ୍ ମାଲିକ ସମେତ ରାୟଗଡ଼ ଟ୍ରକ୍ ମାଲିକ ସଂଘ ସଭାପତି ୟାଲ୍ଲା ଭେଙ୍କଟସ୍ୱର ରାଓ କଣ୍ଡା ବାବୁ ଥାନାରେ ପହଞ୍ଚିଥିଲେ। ପୁର୍ବତନ ଟ୍ରକ ମାଲିକ ସଂଘ ସଭାପତି ଏନ ଭାସ୍କର ରାଓଙ୍କୁ ୪୦ ବର୍ଷର ହିସାବ ଏବଂ ସଙ୍ଘ ସଦସ୍ୟଙ୍କର ଟଙ୍କା ହିସାବ ଦେବାକୁ ବାଧ୍ୟ ବୋଲି କହିଛନ୍ତି। ଏନ ଭାସ୍କର ରାଓ ଦିର୍ଘ ୪୦ବର୍ଷ ଧରି ସଂଘର ହିସାବ କିତାବ୍, ବ୍ୟବସ୍ଥା, ଓ ଆର୍ଥିକ ନିୟନ୍ତ୍ରଣ ସମ୍ପୂର୍ଣ୍ଣ ଭାବେ ନିଜ ହାତକୁ ନେଇଥିଲେ। ଦାୟିତ୍ଵ ଗ୍ରହଣ କରିବା ଠାରୁ ଆଜି ପର୍ଯ୍ୟନ୍ତ କେତେ ଟଙ୍କା ଖର୍ଚ୍ଚ ହୋଇଛି, କେତେ ଟଙ୍କା ଆଦାୟ ହୋଇଥିଲା, କେତେ ଟଙ୍କା ସଞ୍ଚୟ ହୋଇ ରହିଛି ତାହାର ହିସାବ ମାଗିଲେ ନାଲି ଆଖି ଦେଖାଉଛନ୍ତି ଭାଷ୍କର ରାଓ ବୋଲି ଅଭିଯୋଗ କରିଛନ୍ତି ଟ୍ରକ୍ ମାଲିକ ସଂଘର ସଦସ୍ୟ ମାନେ। ରାୟଗଡ଼ ଟାଉନ୍ ଥାନାରେ ଏନ ଭାଷ୍କର ରାଓ ଙ୍କ ସମେତ ଅନ୍ୟ ଦୁଇଜଣ ଙ୍କ ନାମରେ FIR ଦେଇଛନ୍ତି। ଏ ନେଇ ଟ୍ରକ୍ ମାଲିକ ସଂଘ ସଭାପତି କୋଣ୍ଡାବାବୁ ଏବଂ ଟ୍ରକ୍ ମାଲିକ ମାନେ ଅଭିଯୋଗ କରିଛନ୍ତି । ଅତିଶିଘ୍ର ପୁଲିସ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି CBI enquiry କିମ୍ୱା ଭିଜିଲାନ୍ସ ତଦନ୍ତ ଆଧାରରେ ହେଲେ ଟ୍ରକ୍ ମାଲିକ ସଂଘର ଟଙ୍କା ସଂଘକୁ ଫେରିବା ପାଈଁ ଅନୁରୋଧ କରିଛନ୍ତି କୋଣ୍ଡା ବାବୁ। ନଚେତ୍ ସମୁହ ଟ୍ରକ୍ ମାଲିକ ସଂଘ ଓ ଡ଼୍ରାଇଭର ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।
