ଥାନା ଅଧିକାରୀଙ୍କ ଉପସ୍ଥିତିରେ ସାହୁ ଭାଉଜଙ୍କ ଅଶ୍ଳୀଳ ନାଚ ।

ମାଲକାନଗିରି ଜିଲ୍ଲା ମଡେଲ ଥାନା ଅନ୍ତର୍ଗତ କୋତାମେଟାରେ ଚାଲିଥିଲା ଯାତ୍ରା କାର୍ଯ୍ୟକ୍ରମ । ଶନିବାର ରାତିରେ ମାଥିଲି ଥାନା ଅଧିକାରୀଙ୍କ ସମ୍ମୁଖରେ ଅଶ୍ଳୀଳ ନାଚକୁ ନେଇ ଚର୍ଚ୍ଚା ଜୋର ଧରିଛି । ମାଥିଲି ଆଇଆଇସି ଦେବଦତ୍ତ ମଲ୍ଲିକ ସାଧା ପୋଷାକରେ ଉପସ୍ଥିତ ରହି ଥିବା ବେଳେ ତାଙ୍କ ସମ୍ମୁଖରେ ସାହୁ ଭାଉଜ ଅଶ୍ଳୀଳତାର ସବୁ ସୀମା ଟପି ଯାଇ ଥିଲା । ନିଜ ଦେହରେ ବୋତଲ ପାଣି ଢାଳି ଟିପିଟିପି ବର୍ଷା ପାନୀ… ଗୀତରେ ଝୁମିଲେ। ଆଉ ଶୀତୁଆ ରାତିରେ ଯାତ୍ରା ପ୍ରେମୀଙ୍କୁ ଝୁମାଇଲେ। ମଞ୍ଚ ଆଗରେ ବସିଥିବା ଥାନା ବାବୁ ସାହୁ ଭାଉଜଙ୍କ ଝାଇଁମରା ଡ୍ୟାନ୍ସ ଦେଖି ମୁରୁକି ମୁରୁକି ହସିଲେ! ସତେ ଯେମିତି ଲାଗୁଥିବା ସାହୁ ଭାଉଜଙ୍କ ଡ୍ୟାନ୍ସକୁ ମନୋଭରି ଉପଭୋଗ କରୁଛନ୍ତି ବାବୁ ଆମର।ତେବେ ଏପରି ଅଶ୍ଳୀଳତାକୁ ଦେଖି ଆଇଆଇସି ମହୋଦୟ ନା ପ୍ରତିବାଦ କରିଥିଲେ ନା ବନ୍ଦ କରିଥିଲେ । ବରଂ ନୃତ୍ୟକୁ ଉପଭୋଗ କରିଥିଲେ । ଏହାକୁ ନେଇ ମାଲକାନିଗିରିରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ମାଲକାନଗିରିରେ ଥାନା ବାବୁଙ୍କ ଆଗରେ ଅଶ୍ଳୀଳ ନୃତ୍ୟ ନେଇ ଆଇନ ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ଯାତ୍ରା ଗାଇଡଲାଇନ ନେଇ ସରକାର ଆହୁରି କଠୋର ହେବେ। ଯଦି ସଂସ୍କୃତି ଉପରେ କୌଣସି ଆଘାତ ଆସିବ, ଅତି କଠୋରତାର ସହ ପଦକ୍ଷେପ ନିଆଯିବ। ଯିଏ ବି ହୁଅନ୍ତୁ ଯଦି ନିୟମ ଉଲଂଘନ କରିବେ ତାଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସଂସ୍କୃତି ମନ୍ତ୍ରୀ ବି ପ୍ରତିକ୍ରିୟା ରଖିଛନ୍ତି ।

ଅଧିକ ପଢନ୍ତୁ

Odisha Darpan Digital