ଖଣ୍ଡଗିରି ଥାନା ପରିସରରେ ଜଣେ ଯୁବତୀ ଜଣଙ୍କ ପୋଲିସ ସହ ଯୁକ୍ତିତର୍କ କରୁଥିବାର ଭିଡିଓ ଭାଇରାଲ ହେଉଛି । ତାଙ୍କ ଅଜବ ଯୁକ୍ତିରେ ପୋଲିସ କର୍ମଚାରୀଙ୍କୁ ନାକେଦମ ହେବାକୁ ପଡ଼ିଛି।ଭିଡିଓରେ ସଂପୃକ୍ତ ମହିଳା ଥାନାକୁ ଆସି ଆଇନର ପାଠ ପଢାଉଥିବା ଦେଖିବାକୁ ମିଳିଛି ।
ଏ ଭିଡିଓ ଭାଇରାଲ ହେବା ପରେ ବଡ ପ୍ରଶ୍ନ । ଏପରି ଘଟଣା ଯଦି ପୁରୁଷ ଜଣେ କରିଥାନ୍ତେ ତାହାଲେ ତାଙ୍କୁ ଗିରଫ କରାଯାଇଥାନ୍ତା , ଏକାଧିକ ଦଫା ଲାଗିଥାନ୍ତା । ହେଲେ ମହିଳାଙ୍କ ପାଇଁ କ’ଣ ? ଘଟଣା ମୁତାବକ ଯୁବତୀଙ୍କ ପାଖରେ ପାଣି ବୋତଲ ଥିବା ସତ୍ତ୍ୱେ ଯୁବତୀଜଣଙ୍କ ପାଣି ବୋତଲ ଠିପି ଖୋଲି ତାଙ୍କୁ ଦେବାକୁ ଥାନାର ଜଣେ ସବ୍ଇନ୍ସ୍ପେକ୍ଟର(ଏସଆଇ)ଙ୍କୁ କହିଥିଲେ। ହେଲେ ଏସ୍ଆଇ ମନା କରିବାରୁ ଯୁବତୀ ଜଣଙ୍କ ରାଗରେ ପାଣି ବୋତଲକୁ ଫିଙ୍ଗିବା ସହ ଚେୟାର ଫୋପାଡ଼ି ଦେଇଛନ୍ତି। ଏପରିକି ଯୁବତୀ ଜଣଙ୍କ ଉକ୍ତ ସବ ଇନ୍ସ୍ପେକ୍ଟରଙ୍କ ପୋଷାକ ଓ ତାଙ୍କ ମୁଣ୍ଡକୁ ହାତ ମାରି ଓଲଟା ଦୁର୍ବ୍ୟବହାର କରୁଥିବା ଭିଡିଓରେ ଦେଖିବାକୁ ମିଳୁଛି।ଖଣ୍ଡଗିରି ଥାନାରେ ଉଚ୍ଚ ଗଳାରେ ପୋଲିସକୁ ଏଭଳି ନାଲି ଆଖି ଦେଖାଇଛନ୍ତି ଜଣେ ଯୁବତୀ। ମାତାଲ ଅବସ୍ଥାରେ ପ୍ରାୟ ୨ ଘଣ୍ଟା ଧରି ହଙ୍ଗାମା କରିଛନ୍ତି। ଏହି ଘଟଣା ପୋଲିସ କମିଶନରଙ୍କ କାନରେ ପଡ଼ିବା ପରେ ସେ ସମ୍ପୃକ୍ତ ମହିଳାଙ୍କ ନାମରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ତେବେ ତାଙ୍କ ପୁରୁଷ ବନ୍ଧୁ ନିଖୋଜ ହେବ ଘଟଣା କୁ ନେଇ ଯୁବତୀ ଜଣଙ୍କ ଥାନା କୁ ଆସିଥିଲେ ଆଉ ତାଙ୍କ ବନ୍ଧୁ ( ଧନକୁ) ଫେରାଇ ଆଣିବା ପାଇଁ କହି ନିଶା ଶକ୍ତ ଯୁବତୀ ବଡ ପାଟିଟେ ପାଟିତୁଣ୍ଡ କରିଥିଲେ |