ଆଜି ଓଡିଶା ଦକ୍ଷତା ପ୍ରତିଯୋଗିତା ୨୦୨୫-୨୬ର ସମାପନୀ ସମାରୋହ ଅନୁଷ୍ଠିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦକ୍ଷ ଓ ଯୁବ କୁଶଳୀ ଛାତ୍ରଛାତ୍ରୀ ମାନଙ୍କୁ କହିଛନ୍ତି ଯେ, ଓଡିଶାରେ ଏବେ ବ୍ୟାପକ ଶିଳ୍ପାୟନ ପ୍ରକ୍ରିୟା ଆରମ୍ଭ ହୋଇଛି । ନିଜକୁ କୌଣସି କ୍ଷେତ୍ରରେ ଦକ୍ଷ କରାନ୍ତୁ, ଦେଖିବେ ଆମରି ଓଡିଶାରେ ହିଁ ଆପଣଙ୍କୁ ନିଯୁକ୍ତି ମିଳିବ କାରଣ ଦକ୍ଷତା କ୍ଷେତ୍ରର ସମସ୍ତ ସ୍ତରରେ ଉତ୍କର୍ଷତା ହାସଲ କରିବା ହେଉଛି ଆମର ଲକ୍ଷ୍ୟ ।ନୂଆ ଟେକ୍ନୋଲୋଜି ନେଇ ଶିଖିବାକୁ ପଡ଼ିବ । ଆଧୁନିକ ଟେକ୍ନୋଲୋଜିରେ ପିଲା ମାନଙ୍କୁ କିଭଳି ସାମିଲ କରାଯାଇ ପାରିବ ସିଙ୍ଗାପୁର ସହଯୋଗରେ ବିଶ୍ବ ଦକ୍ଷତା କେନ୍ଦ୍ରକୁ ବିକଶିତ କରାଯାଇଛି । ପିଲାଙ୍କ ଦକ୍ଷତା ବୃଦ୍ଧି ଉପରେ ସରକାର ଗୁରୁତ୍ବ ଦେଉଛନ୍ତି ।
ଏହା ସହିତ ୪୭ଟି ଆଇଟିଆଇକୁ ଉତ୍କର୍ଷ କେନ୍ଦ୍ରରେ ପରିଣତ କରାଯିବ ଏଥିରେ ତାଲିମ ଦିଆଯିବ । ଆଜି ଓଡ଼ିଶା ଶିଳ୍ପାୟନ କ୍ଷେତ୍ରରେ ଏକ ବିପ୍ଳବ ଆଣିପାରିଛି । ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇସାରିଛି । ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ଆସିଥିବା ପ୍ରସ୍ତାବ କିଭଳି ନିବେଶରେ ପରିଣତ ହୋଇପାରିବ ସେଥିପାଇଁ ଏକକ ବାତାୟନ ମାଧ୍ୟମରେ ଅନୁମୋଦନ ଦିଆଯାଇଛି । କ୍ୟାବିନେଟରେ ଉତ୍କର୍ଷ ITI ସ୍କିମକୁ ଅନୁମୋଦନ କରାଯାଇଛି। ରାଜ୍ୟର ୪୭ଟି ITI କୁ ସେଣ୍ଟର ଅଫ୍ ଏକସେଲନ୍ସରେ ପରିଣତ କରିବା ସହିତ ଏଠାରେ ଭିତ୍ତିଭୂମିରେ ଉନ୍ନତି ଏବଂ ଅତ୍ୟାଧୁନିକ ସ୍କିଲ ମାଧ୍ୟମରେ ଟ୍ରେନିଂ ଦିଆଯାଇ ପାରିବ ବୋଲି ସେ କହିଥିଲେ । ସେହିପରି କୃତିମ ବୁଦ୍ଧିମତ୍ତା କ୍ଷେତ୍ରରେ ଦକ୍ଷତା ହାସଲ ପାଇଁ ରାଜ୍ୟର ୯ଟି ITIରେ AI Laboratory ଖୋଲାଯାଉଛି ।
