ଦକ୍ଷିଣ ଆଫ୍ରିକାରୁ ଆସିବେ ଚିତା : ନନ୍ଦନକାନନରେ ଆରମ୍ଭ ହେବ ଚିତାବାଘ ସଫାରୀ

ନନ୍ଦନକାନନକୁ ଆସିବେ ଚିତା ବାଘ । ଚିଡିଆଖାନାରେ ଅଧିକରୁ ଅଧିକ ପର୍ଯ୍ୟଟକଙ୍କ ଆଗମନ ହେବ। ଏବେ ଚିତା ବାଘ ଦେଖିବାକୁ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନକୁ ଯିବାକୁ ପଡିବନି । ବରଂ ଓଡିଶାରେ ସେମାନଙ୍କ ସଫାରୀ କରିହେବ ।ନନ୍ଦନକାନନ ନିର୍ଦ୍ଦେଶକ ସନଥ କୁମାରଙ୍କ କହିବାନୁସାରେ, ଖୁବ୍ ଶୀଘ୍ର ଚିଡିଆଖାନାରେ ଚିତାବାଘ ଦେଖିବାକୁ ମିଳିବେ । ସେମାନଙ୍କୁ ଦକ୍ଷିଣ ଆଫ୍ରିକାରୁ ଅଣାଯିବ । ଉଭୟ ପୁରୁଷ ଏବଂ ମାଇ ଚିତା ଆସିବେ । ସେମାନଙ୍କୁ ଆଣିବା ପାଇଁ ବେସରକାରୀ ସଂସ୍ଥାକୁ ଦାୟିତ୍ୱ ପ୍ରଦାନ କରାଯିବ । ଏନେଇ ଖୁବ୍ ଶୀଘ୍ର ଟେଣ୍ଡର ହେବ ।ସେ ଆହୁରି କହିଛନ୍ତି ଯେ, ଟେଣ୍ଡର ଯେଉଁ କମ୍ପାନୀକୁ ମିଳିବ ସେହି ସଂସ୍ଥା ଚିଡିଆଖାନା ଚୟନଠୁ ଆରମ୍ଭ କରି ସେମାନଙ୍କୁ ନନ୍ଦନକାନନେ ରଖିବା ପାଇଁ ବ୍ୟବସ୍ଥା କରିବ । ଏଥିପାଇଁ ଅର୍ଥର ଆବଶ୍ୟକତା ରହିଛି । ସରକାରଙ୍କ ଅନୁମୋଦନ ପରେ ସମସ୍ତ ପ୍ରକ୍ରିୟା ଆରମ୍ଭ ହେବ ।

ଅଧିକ ପଢନ୍ତୁ