ଦକ୍ଷିଣ ଆଫ୍ରିକାର ବୋତସୱାନାରୁ ପୁଣି ଭାରତକୁ ଆସିବେ ୮ ଚିତା

ଆଗାମୀ ଦିନରେ ଦକ୍ଷିଣ ଆଫ୍ରିକାର ବୋତସୱାନାରୁ ଆଠଟି ଚିତା ଦୁଇଟି ପର୍ଯ୍ୟାୟରେ ଭାରତର ମଧ୍ୟପ୍ରଦେଶକୁ ଅଣାଯିବ। ମେ ମାସରେ ଚାରୋଟି ଚିତାବାଘ ଆସିବ, ତା’ପରେ ଆଉ ଚାରୋଟି ଚିତାବାଘ ଭାରତକୁ ଅଣାଯିବ। ପ୍ରୋଜେକ୍ଟ ଚିତା ଅଧୀନରେ, ସେମାନଙ୍କୁ ଏବେ ପର୍ଯ୍ୟାୟକ୍ରମେ ଗାନ୍ଧୀ ସାଗର ଅଭୟାରଣ୍ୟକୁ ସ୍ଥାନାନ୍ତରିତ କରାଯିବ।ଶୁକ୍ରବାର ମଧ୍ୟପ୍ରଦେଶର ଭୋପାଳ ଠାରେ ଅନୁଷ୍ଠିତ ଚିତା ପ୍ରକଳ୍ପର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିବାବେଳେ ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଏବଂ କେନ୍ଦ୍ର ଜଙ୍ଗଲ, ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ପ୍ରମୁଖ ଉପସ୍ଥିତ ଥିଲେ। ଏପରିକି କେନିୟାରୁ ମଧ୍ୟ ଚିତା ଆଣିବାକୁ ସରକାର ଯୋଜନା କରୁଥିବା ଜଣାପଡିଛି। ଚିତା ପ୍ରକଳ୍ପ ପାଇଁ ଏପର୍ଯ୍ୟନ୍ତ ୧୧୨ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଲାଣି।

ଏଥିମଧ୍ୟରୁ ମଧ୍ୟପ୍ରଦେଶରେ ଚିତା ପୁନଃ ଥଇଥାନ ବାବଦରେ ୬୭ ପ୍ରତିଶତ ଖର୍ଚ୍ଚ ହୋଇଥିବା କୁହାଯାଇଛିି। ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ୨୬ଟି ଚିତାବାଘ ଅଛି, ଯେଉଁଥିରୁ ୧୬ଟି ଖୋଲା ଜଙ୍ଗଲରେ ଏବଂ ୧୦ଟି ପୁନର୍ବାସ କେନ୍ଦ୍ରରେ ଅଛନ୍ତି। ଅଧିକାରୀମାନେ କହିଛନ୍ତି ଯେ, ଚିତାମାନଙ୍କୁ ଟ୍ରାକ୍ କରିବା ଏବଂ ମନିଟର କରିବା ପାଇଁ ସାଟେଲାଇଟ୍ କଲାର ଆଇଡିର ବ୍ୟବହାର କରି ୨୪ ଘଣ୍ଟା ଟ୍ରାକ୍ କରାଯାଏ।

ଅଧିକ ପଢନ୍ତୁ

kc ads