ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଜୈବ ବିବିଧତା ଏବଂ ପ୍ରାକୃତିକ ସମ୍ପଦ ସଂରକ୍ଷଣ ବିଭାଗ ଡିନ୍ ପ୍ରଫେସର ଶରତ କୁମାର ପଳିତାଙ୍କ ନେତୃତ୍ୱରେ ହୋଇଥିବା ଗବେଷକଙ୍କୁ ସଫଳତା ମିଳିଛି। ପ୍ରଥମ ଥର ପାଇଁ ଦକ୍ଷିଣ ଓଡ଼ିଶାର ଇନ୍ଦ୍ରାବତୀ ନଦୀରୁ ଦୁଇଟି ମହାସିର୍ ପ୍ରଜାତିର ମାଛ (ଟର ଟର୍, ଟର ପୁଟିଟୋରା) ସନ୍ଧାନ କରିଛନ୍ତି ଗବେଷକ। ଏହି ଦୁଇଟି ନୂତନ ମହାସିର୍ ମାଛ ପ୍ରଜାତି ସାୟପ୍ରିନୟଡ ପରିବାର ଅନ୍ତର୍ଭୁକ୍ତ ତଥା ଏମାନେ ବଡ଼ ଶରୀର ବିଶିଷ୍ଟ ଓ ଏମାନଙ୍କର ଦେହର କାତୀ ଗୁଡିକ ବଡ଼ ।
ସାଧାରଣତଃ ଏହି ମାଛ ମାନଙ୍କୁ ‘ଭାରତୀୟ ନଦୀର ରାଜା’ କୁହାଯାଏ ଏବଂ ଏମାନଙ୍କୁ ପୃଥିବୀର ୨୦ଟି ବୃହତ ମାଛ ପରିବାରରେ ଅନ୍ତର୍ଭୁକ୍ତ କରାଯାଇଛି। ମାନେ ସାଧାରଣ ଦ୍ରୁତବେଗରେ ପ୍ରବାହିତ, ଶୀତଳ, ସ୍ୱଚ୍ଛ, ପାହାଡ଼ିଆ ନଦୀର ପଥୁରିଆ ଓ କଙ୍କରଯୁକ୍ତ ଚଟାଣରେ ବାସ କରିଥାନ୍ତି।ଏହି ମହାସିର୍ ମାଛମାନଙ୍କୁ ମଧ୍ୟ ଏକ ‘ପବିତ୍ର ମାଛ ଭାବେ ଭାରତର ଅନେକ ହିନ୍ଦୁ ମନ୍ଦିରରେ ପୂଜା କରାଯାଇଥାଏ। ଅତୀତରେ ଓଡିଶାର ମହାନଦୀ, ବ୍ରାହ୍ମଣୀ ଏବଂ ଶିମିଳିପାଳ ଅଞ୍ଚଳରୁ ମହାସିର୍ ମାଛ ପ୍ରଜାତି ଆବିଷ୍କୃତ ହୋଇଛି।