ସବୁଜ ବାଣ ବ୍ୟବହାର କରନ୍ତୁ

ଦୀପାବଳିରେ ଫୁଟିବନି କେମିକାଲଯୁକ୍ତ ବାଣ । କାରଣ ଶବ୍ଦ ଓ ବାୟୁ ପ୍ରଦୂଷଣ ସୃଷ୍ଟିକାରୀ ବାଣ ଫୁଟାରେ ଲାଗିଛି ରୋକ୍‌ । କେବଳ ଗ୍ରୀନ୍ କ୍ରାକର ବା ସବୁଜ ବାଣ ଫୁଟାଇବାକୁ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ । ତେବେ ଏଠି ପ୍ରଶ୍ନ ଉଠୁଛି, ଗ୍ରୀନ୍‌ କ୍ରାକର କ’ଣ ? କିଭଳି ଏହାକୁ ଚିହ୍ନିବେ ? ପାରମ୍ପାରିକ ବାଣରେ ଆର୍ସେନିକ , ଲିଥିୟମ ଓ ବେରିୟମ ଭଳି ପ୍ରଦୂଷଣକାରୀ ତଥା କ୍ଷତିକାରକ କେମିକାଲ ମିଶିଥାଏ । ଗ୍ରୀନ କାକର ଅପେକ୍ଷାକୃତ ସ୍ୱଚ୍ଛ ପ୍ରଦୂଷଣକାରୀ କଞ୍ଚାମାଲ ବ୍ୟବହାର ହୋଇଥାଏ । ଗ୍ରୀନ କାକରରେ କ୍ଷତିକାରକ କେମିକାଲ ମିଶି ନଥାଏ । ଗ୍ରୀନ କାକରରେ ଆଲୁମିନିୟମ, ଲିଡ ଓ କାର୍ବନ ଥାଏ । ଏହି ବାଣ ଫୁଟାଇବା ବେଳେ କମ ଅଙ୍ଗାରକାମ୍ଳ ବାହାରିଥାଏ । ବୈଜ୍ଞାନିକ ଏବଂ ଶିଳ୍ପ ଅନୁସନ୍ଧାନ ପରିଷଦର ସହେଯାଗରେ ବିକଶିତ ହେବା ଆବଶ୍ୟକ । ଗ୍ରୀନ କ୍ରାକର ପ୍ୟାକେଟରେ ସିଏସଆଇଆର ସାର୍ଟିଫାଏଡ ଗ୍ରୀନ ଲୋଗୋ ଥିବ । କ୍ୟୁଆର କୋଡ ମଧ ପ୍ୟାକେଟରେ ରହିଥାଏ । କ୍ୟୁଆର କୋଡ ସ୍କାନ କରିବା ଦ୍ୱାରା ନିର୍ଗମନ ସ୍ତର ଜଣାପଡେ । ଅନ୍ୟାନ୍ୟ ସୁରକ୍ଷା ଦିଗ ବିଷୟରେ ସୂଚନା ମିଳିଥାଏ । ଫଳରେ ସହଜରେ ଚିହ୍ନଟ କରିପାରିବେ ଗ୍ରାହକ । କେବଳ ଲାଇସେନ୍ସ ପ୍ରାପ୍ତ ବିକ୍ରେତାମାନେ ସବୁଜ ବାମ ବିକ୍ରି କରନ୍ତି । ଶୀତ ଆରମ୍ଭ ସହ ଦୀପାବଳିରୁ ହିଁ ବଢିଥାଏ ପ୍ରଦୂଷଣ। ଏଥିଲାଗି ବାଣ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମା ରହିଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବି ମାର୍ଗଦର୍ଶିକା ପ୍ରସ୍ତୁତ କରିଛି। ଦୀପାବଳିରେ ରାତି ୭ରୁ ୯ ଯାଏ ବାଣ ଫୁଟାଯାଇ ପାରିବ । ସବୁଜ ବାଣ ବ୍ୟତୀତ ଅନ୍ୟାନ୍ୟ ସମସ୍ତ ବାଣର ଉତ୍ପାଦନ ଓ ବିକ୍ରୟ ଉପରେ ନିଷେଧାଦେଶ ହୋଇଛି । ଏହି ବାଣକୁ ପେସା ନାମକ ସଂସ୍ଥା ଯାଞ୍ଚ କରିବ । ଉଚ୍ଚ ଶବ୍ଦ ସୃଷ୍ଟି କରୁଥିବା ବାଣ ଉପରେ ନିଷେଧାଦେଶ ଜାରି ହୋଇଛି।

ଅଧିକ ପଢନ୍ତୁ