ଦମନ ଶ୍ରେଷ୍ଠ ଓଡ଼ିଆ ଚଳଚିତ୍ର

ଘୋଷଣା ହୋଇଛି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ୨୦୨୪। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଥିବାବେଳେ ଚଳିତ ବର୍ଷ ଶ୍ରେଷ୍ଠ ଅଭିନେତା ଭାବେ ରିଷବ ଶେଟ୍ଟୀଙ୍କ ନାମ ଘୋଷଣା କରାଯାଇଛି। ୨୦୨୨ରେ ରିଲିଜ ହୋଇଥିବା ଦମନ’କୁ ଶ୍ରେଷ୍ଠ ଓଡ଼ିଆ ଫିଚର ଫିଲ୍ମ ଭାବେ ପୁରସ୍କାର ମିଳିଛି।

ଜାତୀୟ ପୁରସ୍କାର ମିଳିବା ପରେ ସିନେମାରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ବାବୁସାନ ମହାନ୍ତି କହିଛନ୍ତି, ଏହି ସିନେମାର ଓଡ଼ିଶାରେ ଚିରାଚରିତ କାହାଣୀର ଧାରାକୁ ବଦଳାଇ ଦେଇଛି।ଏହାସହ ଏହି ସିନେମା ହିନ୍ଦୀରେ ରିଲିଜ ହେବା ପରେ ଜାତୀୟ ସ୍ତରରେ ହଲ ପାଇବାକୁ ଅନେକ ପରିଶ୍ରମ କରିବାକୁ ପଡିଥିଲା । ଏହା ପୂର୍ବରୁ ମଧ୍ୟ ପ୍ରତୀକ୍ଷା ସିନେମାକୁ ଜାତୀୟ ସିନେ ପୁରସ୍କାର ମିଳିଥିଲା ।

ଅଧିକ ପଢନ୍ତୁ

Odisha Darpan Digital