ଦମ୍ପତ୍ତିଙ୍କୁ ଆଶ୍ରୟ ଦେବାକୁ କହି ଜଣେ ମହିଳାଙ୍କୁ ଦୁଷ୍କର୍ମ 

ଦମ୍ପତ୍ତିଙ୍କୁ ଆଶ୍ରୟ ଦେବାକୁ କହି ଜଣେ ମହିଳାଙ୍କୁ ଦୁଷ୍କର୍ମ ହୋଇଥିବା ଘଟଣା ଚାଞ୍ଚଲ୍ୟ ଖେଳାଇଛି । ଅଭିଯୋଗ ହେବା ପରେ ପୁଲିସ ତନାଘନା କରିବା ସହ ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି।ଗତକାଲି କୋରାପୁଟ ଜିଲ୍ଲାର ଦାଦନ ଦମ୍ପତି ନିଜ ଅଞ୍ଚଳକୁ ଫେରିବା ପାଇଁ ରାୟଗଡା ବସଷ୍ଟାଣ୍ଡରେ ଅପେକ୍ଷା କରିଥିଲେ । କୌଣସି ବସ ନମିଳିବାରୁ ଦୀପକ ନାଏକ ନାମକ ଜଣେ ଯୁବକ ଦାଦନ ଦମ୍ପତିଙ୍କୁ ରାତ୍ରିଯାପନ ପାଇଁ ସହାୟତା ଦେବାକୁ କହିଥିଲା । ପ୍ରଥମେ ସ୍ବାମୀକୁ ରାୟଗଡା ସହରର ଏକ କଲୋନୀରେ ଥିବା ଏକ ଘରକୁ ନେଇଥିଲା । ପରେ ଉକ୍ତ ମହିଳାଙ୍କୁ ବାଇକ୍ ଯୋଗେ ସେହି ଅଞ୍ଚଳର ଅନ୍ୟ ଏକ ସ୍ଥାନକୁ ନେଇ ଦୁଷ୍କର୍ମ କରିଥିବା ଥାନାରେ ଅଭିଯୋଗ ହୋଇଛି । ତଦନ୍ତ ସମୟରେ ପୁଲିସ ଅଭିଯୁକ୍ତର ରୁମାଲ ଏବଂ ଏକ ଟୋପିକୁ ଘଟଣାସ୍ଥଳରୁ ଉଦ୍ଧାର କରିଛି । ଅଭିଯୁକ୍ତ ଯୁବକ ଦୀପକ ନାଏକଙ୍କୁ ରାୟଗଡ଼ା ଥାନାରେ ଅଟକ ରଖି ପୁଲିସ ପଚରାଉଚରା କରୁଥିବା ଜଣାପଡ଼ିଛି। ପୁଲିସ ଏହି ଘଟଣାରେ ମାମଲା ରୁଜୁ କରି ପୀଡ଼ିତା ମହିଳାଙ୍କ ଡାକ୍ତରୀ ମାଇନା କରି ତଦନ୍ତ ଜାରି ରଖିଛି ।

ଅଧିକ ପଢନ୍ତୁ

Odisha Darpan Digital