ଦରମା ଲକ୍ଷେ ଛୁଇଁନି; ଘରୁ ବାହାରିଲା ନଗଦ ୧.୪୩ କୋଟି

ଜୟପୁର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକଙ୍କ ଘରେ ଭିଜିଲାନ୍ସ ଚଢାଉ। ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ୬ଟି ସ୍ଥାନରେ ରେଡ୍। ପି.ଆର୍ ପେଟା ବାସଭବନ ସମେତ ଜୟପୁର ବନଖଣ୍ଡ ଅଫିସରେ ଚଢାଉ। ଭୁବନେଶ୍ୱର ରଘୁନାଥପୁରରେ ଥିବା ଭାଇ ଘରେ ମଧ୍ୟ ଚଢାଉ ଜାରି ରହିଛି।

ଯାଞ୍ଚ ବେଳେ ରାମଚନ୍ଦ୍ରଙ୍କ ଘରୁ ମିଳିଲା ୧ କୋଟି ୪୪ ଲକ୍ଷ ନଗଦ ଟଙ୍କା। ୫୦୦ ଟଙ୍କିଆ ଓ ୨୦୦ ଟଙ୍କିଆ ନୋଟ୍ ବିଡ଼ା ଜବତ। ୪ଟି ସୁନା ବିସ୍କୁଟ୍ ଓ ୧୬ଟି ସୁନା କଏନ୍ ବି ମିଳିଲା। ପ୍ରତି ସୁନା କଏନର ଓଜନ ୧୦ ଗ୍ରାମ୍ ରହିଛି। ଚଢାଉରେ ୬ DSP, ୫ ଇନ୍ସପେକ୍ଟର, ୬ ASI ସାମିଲ। ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ୫ଟି ସ୍ଥାନରେ ଚାଲିଛି ରେଡ୍।୧୯୮୯ ମସିହା ମାର୍ଚ୍ଚ ୯ ତାରିଖରେ ଶ୍ରୀ ନେପାକ କୋରାପୁଟ ସୋଶାଲ ଫରେଷ୍ଟ୍ରୀ ଡିଭିଜନର ସୋଶାଲ ଫରେଷ୍ଟ୍ରୀରେ ‘ଭିଲେଜ ଫରେଷ୍ଟ ୱାର୍କର’ ଭାବେ ତାଙ୍କ ଚାକିରି ଜୀବନ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ସେ ଜୟପୁର ଫରେଷ୍ଟ ଡିଭିଜନରେ ନିଯୁକ୍ତି ପାଇଥିଲେ। ବିଭିନ୍ନ ସମୟରେ ପଦୋନ୍ନତି ପାଇ ବର୍ତ୍ତମାନ ସେ ଜୟପୁର ଫରେଷ୍ଟ ରେଞ୍ଜରେ ଡେପୁଟି ରେଞ୍ଜର ତଥା ରେଞ୍ଜର ଇନ୍‌-ଚାର୍ଜ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କର ମାସିକ ଦରମା ୭୬,୮୮୦ ଟଙ୍କା ହୋଇଥିବା ବେଳେ ସବୁ କଟିକାଟି ଏବେ ସେ ମାସକୁ ୬୯,୬୮୦ ଟଙ୍କା ପାଉଛନ୍ତି। ଆସନ୍ତା ଡିସେମ୍ବର ମାସରେ ସେ ଚାକିରିରୁ ଅବସର ନେବେ।

ଅଧିକ ପଢନ୍ତୁ