ଦର୍ପଣ ପବ୍ଲିକେଶନ ତଥା ନୟାଗଡ଼ ଦର୍ପଣ ପକ୍ଷରୁ ଛେନାପୋଡ଼ ଦିବସ ପାଳିତ

ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ଜିଲ୍ଲାରୁ ଉତ୍ପତ୍ତି ଲାଭ କରିଥିବା ଛେନାପୋଡ଼ ଆଜି ସମଗ୍ର ବିଶ୍ୱ ଦରବାରରେ ପ୍ରସିଦ୍ଧି ଲାଭ କରିଛି। ମିଠା ଜଗତର ବାଦଶାହ ଭାବେ ପରିଚିତ ଏହି ଛେନାପୋଡ଼ ନୟାଗଡ଼ ଜିଲ୍ଲାର ଗର୍ଵ ଏବଂ ଗୌରବର ପ୍ରତୀକ ଅଟେ। ପ୍ରତିବର୍ଷ ଅପ୍ରେଲ ୧୧ ତାରିଖକୁ ବିଶ୍ୱ ଛେନାପୋଡ଼ ଦିବସ ଭାବେ ପାଳନ କରାଯାଉଥିବା ବେଳେ ଜିଲ୍ଲାର ଅଗ୍ରଣୀ ପବ୍ଲିକେଶନ ହାଉସ ଦର୍ପଣ ପବ୍ଲିକେଶନ ତଥା ନୟାଗଡ଼ ଦର୍ପଣ ପରିବାର ପକ୍ଷରୁ ବିଶ୍ୱ ଛେନାପୋଡ଼ ଦିବସ ଖୁବ ଧୁମଧାମରେ ପାଳିତ ହୋଇଯାଇଛି। ପବ୍ଲିକେଶନ ହାଉସର ମୁଖ୍ୟ ପରିଚାଳକ ତଥା ସାହିତ୍ୟିକ ଗୀତିକଳ୍ପ ହରିଶ ପ୍ରଧାନଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବନ୍ଦନାର ରଚୟିତା କବି ଗୋଦାବରୀଶ ମିଶ୍ର, ବିଶିଷ୍ଟ ସମାଜସେବୀ ତଥା ନାଟ୍ୟକାର ବିଶ୍ୱନାଥ ମହାପାତ୍ର, ଦିଲ୍ଲୀପ କୁମାର ହାତୀ,ମଦନ ମୋହନ ମଲ୍ଲିକ, ସାମ୍ବାଦିକ ତଥା ସମାଜସେବୀ ଶ୍ରୀକାନ୍ତ କୁମାର ଖଟେଇ, ପ୍ରଦୀପ୍ତ ରଥ, ରାମକୃଷ୍ଣ ରଥ,ପ୍ରଭାତ ମହାପାତ୍ର,ଲକ୍ଷ୍ମୀଧର ସାହୁ,ସାହିତ୍ୟିକ ଅଶୋକ ମଲ୍ଲ ପ୍ରମୁଖ ଯୋଗଦାନ କରି ନୟାଗଡ଼ ଛେନାପୋଡ଼ କିପରି ଏହାର ସ୍ୱାଦ ଯୋଗୁଁ ସାରା ପୃଥିବୀରେ ପ୍ରସିଦ୍ଧି ଲାଭ କରିଛି ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ପରେ ଛେନାପୋଡ଼ କାଟି ଏହି ଦିବସ ପାଳନ ସହିତ ସମସ୍ତେ ଛେନାପୋଡ଼ ଖାଇ ଏହାର ମଜା ଉଠାଇଥିଲେ। ଶେଷରେ ନୟାଗଡ଼ ଦର୍ପଣର ମୁଖ୍ୟ କାର୍ଯ୍ୟନିର୍ବାହୀ ତଥା ସାମ୍ବାଦିକ ଯଯାତି ମହାପାତ୍ର ଉପସ୍ଥିତ ସମସ୍ତ ଅତିଥିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଅଧିକ ପଢନ୍ତୁ

kc ads