ଦଲାଇ ଲାମାଙ୍କୁ ମୋଦୀଙ୍କ ଶୁଭେଚ୍ଛାକୁ ଚୀନର ବିରୋଧ

ଚାଇନାକୁ ପୁଣିଥରେ ବଡ଼ ଝଟକା ଲାଗିଛି। ସୋମବାର ଚାଇନା କହିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତିବ୍ଦତୀୟ ଧର୍ମଗୁରୁ ଦଲାଇ ଲାମାଙ୍କୁ ତାଙ୍କ ୯୦ତମ ଜନ୍ମଦିନରେ ଶୁଭେଚ୍ଛା ଜଣାଇବା ଏବଂ ଉତ୍ସବରେ ଭାରତୀୟ ଅଧିକାରୀଙ୍କ ଉପସ୍ଥିତିକୁ ନେଇ ଭାରତ ନିକଟରେ ପ୍ରତିବାଦ ଜଣାଉଛି।୧୪ଶ ଦଲାଇ ଲାମାଙ୍କ ବିଚ୍ଛିନ୍ନତାବାଦୀ ପ୍ରକୃତିକୁ ସ୍ଵୀକାର କରିବା ଆବଶ୍ୟକ। ଦଲାଇ ଲାମା ଚୀନରୁ ନିର୍ବାସିତ ହୋଇଛନ୍ତି। ସେ ବିଚ୍ଛିନ୍ନତାବାଦୀ କାର୍ଯ୍ୟକଳାପ ଜାରି ରଖିବା ସହିତ ଧର୍ମ ନାମରେ ଜିଜାଙ୍ଗ ପ୍ରଦେଶକୁ ଚୀନଠାରୁ ପୃଥକ କରିବାକୁ ଉଦ୍ୟମ କରିଆସୁଛନ୍ତି। ବେଜିଂ ପକ୍ଷରୁ ଆନୁଷ୍ଠାନିକ ଭାବେ ନୂଆଦିଲ୍ଲୀର ଏହି ପଦକ୍ଷେପକୁ ବିରୋଧ କରାଯାଇଛି ବୋଲି ସେ କହିଛନ୍ତି।

ଅଧିକ ପଢନ୍ତୁ

Odisha Darpan Digital