ରେଜେଷ୍ଟ୍ରି ଅଫିସ୍ ଦଲାଲ ମୁକ୍ତ ହୋଇନି। କଟକ ଆଇଜିଆର ଅଫିସ୍କୁ ସରପ୍ରାଇଜ୍ ଭିଜିଟ୍ ବେଳେ ଏଆଇ କଣ୍ଟ୍ରୋଲ ରୁମ୍ରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଆଖିରେ ଏଭଳି ଏକ ଘଟଣା ଧରା ପଡ଼ିଛି। ବିଭିନ୍ନ ରେଜିଷ୍ଟ୍ରି ଅଫିସ୍କୁ କିଛି ଲୋକ ବାରମ୍ବାର ଆସୁଛନ୍ତି।ସେମାନଙ୍କ ଉଦ୍ଦେଶ୍ୟ ମହତ୍ ନୁହେଁ ବୋଲି ମନ୍ତ୍ରୀ ସନ୍ଦେହ କରିଛନ୍ତି । ତେବେ ଲୋକଙ୍କ ଠାରୁ ପଜିଟିଭ ଫିଡ୍ବ୍ୟାକ୍ ଆସିଛି କିନ୍ତୁ କିଛି ଅବ୍ୟବସ୍ଥା ରହିଛି। ଆଇଜିଆର ଅଫିସରେ ଏକା ସାଙ୍ଗରେ ଭିଡ଼ ହୋଇଯାଉଛି । ସୋସାଇଟି ରେଜିଷ୍ଟ୍ରେସନ ବିଳମ୍ବ ହେଉଥିବାରୁ ସୋସାଇଟି ରେଜିଷ୍ଟ୍ରେସନ ଆକ୍ଟକୁ ସଂଶୋଧନ କରାଯିବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି । ସମ୍ପୂର୍ଣ୍ଣ ଦଲାଲ ମୁକ୍ତ କରିବାକୁ ଆଗାମୀ ଦିନରେ ପଦକ୍ଷେପ ନିଆଯିବ। ଏହାସହ ସରକାରୀ କାମରେ ବିଳମ୍ବ କଲେ ଅଧିକାରୀଙ୍କ ଉପରେ ଫାଇନ ଲାଗିବ। କିଛି ଅଧିକାରୀ କାର୍ଯ୍ୟରେ ବିଳମ୍ବ କରୁଛନ୍ତି ସେମାନଙ୍କୁ ଆଇନ ଅନୁଯାୟୀ ଜରିମାନା ପକାଇବାକୁ ମନ୍ତ୍ରୀ ସରପ୍ରାଇଜ ଭିଜିଟ ବେଳେ ନିର୍ଦ୍ଦେଶ ଦେଇଛନ୍ତି ।
