ସୋସିଆଲ ମିଡିଆରେ ଟିପ୍ପଣୀ ଦେବା ଶ୍ରୀମୟୀ ମିଶ୍ରଙ୍କୁ ମହଙ୍ଗା ପଡିଲା। ଶ୍ରୀମୟୀଙ୍କ ବିରୋଧରେ ବିଜେଡିର କାର୍ଯ୍ୟାନୁଷ୍ଠାନ। ବିଜେଡିରୁ ନିଲମ୍ବିତ ହେଲେ ଶ୍ରୀମୟୀ । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ଶ୍ରୀମୟୀଙ୍କୁ ନିଲମ୍ବିତ କରାଯାଇଛି।ନିକଟରେ ସୋସିଆଲ ମିଡିଆ ଟିପ୍ପଣୀକୁ ନେଇ ଚର୍ଚ୍ଚାରେ ଥିଲେ ଶ୍ରୀମୟୀ । ମହଙ୍ଗା ପଡ଼ିଲା ଧୃତରାଷ୍ଟ୍ର ଓ ଭଣ୍ତ ସନ୍ନ୍ୟାସୀ ଟିପ୍ପଣୀ ଦେବା । ତେବେ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ବିଜେଡିର ମହିଳା ଶାଖା ସାଧାରଣ ସାମ୍ପାଦିକା ଥିଲେ ଶ୍ରୀମୟୀ। ଶ୍ରୀମୟୀଙ୍କ ବ୍ୟତୀତ କପ୍ତିପଦା ବ୍ଲକର ପୂର୍ବତନ ସଭାପତି ସୁବାସ ଚନ୍ଦ୍ର ସାଇ ଏବଂ ମୟୂରଭଞ୍ଜର ପୂର୍ବତନ ଜିଲା ସମ୍ପାଦକ ପ୍ରବୀର ଚନ୍ଦ୍ର ସାଇଙ୍କୁ ମଧ୍ୟ ବିଜେଡିରୁ ନିଲମ୍ବିତ କରାଯାଇଥିବା ବିବୃତିରେ ସୂଚନା ଦିଆଯାଇଛି।
