ଦଶପଲ୍ଲା ବନାଞ୍ଚଳ ସାକେଣି କେନ୍ଦୁ ପତ୍ର ଫଡ଼ିରେ ବଡ ଧରଣର ଲୁଟ୍ ।

ନୟାଗଡ ଜିଲ୍ଲା ଦଶପଲ୍ଲା ବନାଞ୍ଚଳ ସାକେଣି କେନ୍ଦୁ ପତ୍ର ଫଡ଼ିରେ ବଡ ଧରଣର ଲୁଟ୍ ।ଗତକାଲି ରାତିରେ ଏକ ପିକଅପ୍‌ ଭ୍ୟାନରେ ୧୦ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ଆସି ସାକେଣି କେନ୍ଦୁପତ୍ର ଫଡ଼ିରେ ପହଞ୍ଚିଥିଲେ। ଏହି ସମୟରେ ୮ରୁ ଅଧିକ କର୍ମଚାରୀ ସେଠାରେ କାମ କରୁଥିଲେ। ଦୁର୍ବୃତ୍ତମାନେ କେନ୍ଦୁପତ୍ର ଫଡ଼ିରେ ପହଞ୍ଚି ପ୍ରଥମେ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ। ପରେ ସେମାନଙ୍କୁ ଏକ ଘରେ ବନ୍ଦ କରି ଦେଇଥିଲେ।

ତାପରେ ଦୁର୍ବୃତ୍ତମାନେ କେନ୍ଦୁପତ୍ର ଫଡ଼ିରୁ ବସ୍ତା ବସ୍ତା ପତ୍ର, କର୍ମଚାରୀଙ୍କ ୨ଟି ମୋବାଇଲ ଫୋନ, କର୍ମଚାରୀଙ୍କ ଦରମା ଟଙ୍କା ୭ ହଜାର ଟଙ୍କା ନେଇ ଚମ୍ପଟ ମାରିଥିଲେ। ଦୁର୍ବୃତ୍ତମାନେ ଯିବା ପରେ କର୍ମଚାରୀମାନେ ଘଟଣା ସଂପର୍କରେ ନିଜ ଅଧିକାରୀଙ୍କୁ ଜଣାଇଥିଲେ। ବିଳମ୍ବିତ ରାତି ଗୋଟାଏରେ ଏପରି ଘଟଣା ଘଟିଛି। ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛି ।।

ଅଧିକ ପଢନ୍ତୁ