ଦଶମ ଶ୍ରେଣୀ ପରୀକ୍ଷାରେ କୃତକାର୍ଯ୍ୟ ହେଲେ ୯ ଜଣ କିନ୍ନର ।

ସମାଜର ଟାହିଟାପରାକୁ ପାଦରେ ଏଡାଇ ନିଜ ପାଇଁ ଆଗକୁ ଯିବାର ନୂଆ ବାଟ କାଢିଛନ୍ତି । ଭଦ୍ରକ ଚରମ୍ପାର ୯ ଜଣ କିନ୍ନର ଯିଏ ପାସ୍ କରିଛନ୍ତି ମାଟ୍ରିକ୍‌ ପରୀକ୍ଷା। ମାଟ୍ରିକ୍‌ ପରୀକ୍ଷା ପାସ୍‌ କରି ଏମାନେ ଯେ କେବଳ ଖୁସି ହୋଇଛନ୍ତି ତାହା ନୁହେଁ, ଏହା ସେମାନଙ୍କ ମନରେ ଭରିଦେଇଛି ନୂଆ ଆତ୍ମବିଶ୍ବାସ।ନିଜ ପ୍ରତିକ୍ରିୟାରେ ସେମାନେ କହିଛନ୍ତି ବିଭିନ୍ନ ସାମାଜିକ ପ୍ରତିବନ୍ଧକ ପାଇଁ ପାଠରେ ଡୋରି ବାନ୍ଧିବାକୁ ପଡ଼ିଥିଲା। ହେଲେ ଅନେକ ଚେଷ୍ଟା ପରେ ଚରମ୍ପା ସ୍ଥିତ ସରୋଜିନୀ ସଂସ୍କୃତ ଉଚ୍ଚ ବିଦ୍ୟାଳୟରେ ପାଠ ପଢ଼ା ଆରମ୍ଭ କରିଥିଲେ। ଲଗାତାର କ୍ଲାସ କରିବା ସହ ବଳକା ସମୟରେ ପ୍ରସ୍ତୁତି କରୁଥିଲେ। ପ୍ରତିବନ୍ଧକ ସତ୍ତ୍ବେ ପାଠ ପ୍ରତି ଆଗ୍ରହ ଥିବାରୁ ସରକାରୀ ସହାୟତା ସହ ଗୁରୁମା ଓ ସାଥୀ ଫାଉଣ୍ଡେସନ ମଧ୍ୟ ସହଯୋଗ କରିଥିଲେ। ମାଟ୍ରିକ୍ ପରୀକ୍ଷା ପାଇଁ ସେଣ୍ଟର ଥିଲା ଆରସିବିଏଲ ହାଇସ୍କୁଲ। ପରୀକ୍ଷା ପରେ ଭଲ ମାର୍କ ରଖିବେ ବୋଲି ଆଶା କରିଥିଲେ ।

ଆଉ ଶେଷରେ ପରିଶ୍ରମ ସଫଳ ହୋଇଛି। ମାଟ୍ରିକ୍ ପରୀକ୍ଷାରେ ପାସ୍ କରିଛନ୍ତି ୯ ପରୀକ୍ଷାର୍ଥୀ। ସେମାନଙ୍କ ମଧ୍ୟରେ ୭ ଜଣ ଗ୍ରେଡ ବି ଓ ସି ଗ୍ରେଡରେ ୨ ଜଣ ପାସ୍‌ କରିଛନ୍ତି।ମାଟ୍ରିକ ସଫଳତା ପରେ ସ୍କୁଲ ଠାରୁ ଆରମ୍ଭ କରି ସେମାନଙ୍କ ପରିବାର ଓ କିନ୍ନର ସାମାଜିକ ସଂଗଠନ ମଧ୍ୟରେ ଖୁସିର ଲହରି ଖେଳିଯାଇଛି ।ଏପରିକି କିଛି କିନ୍ନର ଯେଉଁମାନେ ଘର ଲୋକ ସମର୍ଥନ ଦେଉନଥିଲେ । ସାଥ ଛାଡି ଦେଇଥିଲେ ଏବେ ସେମାନେ ଫୋନ କରି ଶୁଭେଚ୍ଛା ବାର୍ତ୍ତା ଦେଉଛନ୍ତି ଓ ପରିବାର ଲୋକ ମଧ୍ୟ ଅନେକ ଅଭିନନ୍ଦନ ଜଣାଇଛନ୍ତି ।

ଅଧିକ ପଢନ୍ତୁ

Odisha Darpan Digital