ଦୁର୍ଗାପୂଜା ସମୟରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ବ୍ୟବହାର ନକରିବାକୁ ଲୋକଙ୍କୁ କହିଛି ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ (ବିଏମସି) ।ବିଏମସି ପକ୍ଷରୁ ରାଜଧାନୀର ବିଭିନ୍ନ ସ୍ଥାନରେ ଲାଗିତିବା ବୋର୍ଡରେ କିଓସ୍କ ସ୍ଥାପନ କରାଯାଇ ସେଥିରେ ସଚେତନତା ବାର୍ତ୍ତା ଲେଖାଯିବ ।ଏହି କିଓସ୍କଗୁଡ଼ିକ ବାରମୁଣ୍ଡା, ନୟାପଲ୍ଲୀ, ସହିଦ ନଗର, ରସୁଲଗଡ଼, ଝାରପଡ଼ା ଏବଂ ଡମଣା ଭଳି ବଡ଼ ମଣ୍ଡପରେ ସ୍ଥାପନ କରାଯିବ। ସଚେତନତା ଅଭିଯାନ ତଦାରଖ କରିବା ପାଇଁ ବିଏମସି ତିନି ଜୋନାଲ ଡେପୁଟି କମିସନରଙ୍କ ସମେତ ଅଧିକାରୀମାନଙ୍କୁ ନିଯୁକ୍ତ କରିବାକୁ ନିଷ୍ପତ୍ତି ନେଇଛି ।ସ୍ୱେଚ୍ଛାସେବକମାନେ ଲୋକମାନଙ୍କୁ ରାସ୍ତା ଏବଂ ନିକଟବର୍ତ୍ତୀ ପୂଜା ମଣ୍ଡପରେ ପୂଜା ଅଳିଆ ନ ପକାଇ ନିର୍ଦ୍ଦିଷ୍ଟ ଡଷ୍ଟବିନ୍ରେ ଆବର୍ଜନା ପକାଇବାକୁ ସଚେତନ କରିବେ । । ପାରମ୍ପରିକ ପୋଖରୀ ନିକଟରେ ଖୋଳାଯାଇଥିବା କୃତ୍ରିମ ପୋଖରୀରେ ମୂର୍ତ୍ତି କିପରି ବିସର୍ଜନ କରାଯିବ ସେ ବିଷୟରେ ପୂଜା କମିଟି ସଦସ୍ୟମାନଙ୍କୁ ମଧ୍ୟ ଶିକ୍ଷା ଦିଆଯିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି ।
