ଦାଦନ ରୋକିବା ପାଇଁ ରାଜ୍ୟ ସରକାରଙ୍କ ବଡ଼ ବ୍ଲୁ-ପ୍ରିଣ୍ଟ । ଉପ ମୁଖ୍ୟମନ୍ତ୍ରୀ କେ. ଭି. ସିଂଦେଓଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ବଡ଼ ନିଷ୍ପତ୍ତି ନିଆଯାଇଛି । ଯେଉଁ ରାଜ୍ୟକୁ ଦାଦନ ଯାଉଛନ୍ତି ସେହି ରାଜ୍ୟକୁ ଯିବ ଓଡ଼ିଶାର ଟିମ୍ ।କାରଣ ଖୋଜାଯାଇ ନିରାକରଣ ବାହାର କରାଯିବ । ଧାନ କ୍ୱିଣ୍ଟାଲ ପିଛା ୮୦୦ ଟଙ୍କା ଇନ୍ପୁଟ୍ ସବସିଡି ଯୋଗୁଁ ଦାଦନ କମିଛି । ସମ୍ପୂର୍ଣ୍ଣ ରୋକିବାକୁ ବିଭିନ୍ନ ଦିଗ ଉପରେ ଚର୍ଚ୍ଚା ଆଲୋଚନା କରୁଛୁ ।ସାରା ରାଜ୍ୟରେ ଦାଦନ କମିବାକୁ ଭିତ୍ତିଭୂମି ତିଆରି କରୁଛନ୍ତି ସରକାର । ମନରେଗା ଏବଂ ଜୀବିକା ମିଶନରେ ଅଧିକ କାର୍ଯ୍ୟକ୍ରମ ହାତକୁ ନେଇ ଉଦାହରଣ ତିଆରି କରାଯିବ । ଟାସ୍କଫୋର୍ସ କମିଟିକୁ ୨ ଭାଗରେ ବିଭକ୍ତ କରାଯିବ। ଦାଦନ ଯାଉଥିବା ରାଜ୍ୟକୁ ଗୋଟିଏ କମିଟି ଯିବ । ଏନ୍ଜିଓର ସର୍ଭେ ରିପୋର୍ଟକୁ ଆଧାର କରି କାର୍ଯ୍ୟକ୍ରମ କରାଯିବ ।
