ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ ଗାଁ ର ଲୋକେ। ବେନିୟମ ଭାବେ କାର ରେ ଥୋଇ ଏହ ଚାଉଳ ନେବା ଉଦ୍ୟମ ପାଇଁ ଆଠଗଡ଼ ବ୍ଲକ ଶିକ୍ଷା ଅଧିକାରୀ କବିରାଜ ଜେନା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରୀନା ଦେଇଙ୍କୁ ନିଲମ୍ବିତ କରିଛନ୍ତି। ଅଭିଯୋଗ ଅନୁସାରେ, ଶୁକ୍ରବାର ସକାଳେ ଛଅଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ରିନା ଦେଇ କାର୍ ଲଗାଇ ଚାଉଳ ନେଉଥିଲେ । ୫ ବସ୍ତା ପ୍ରାୟ ଅଢ଼େଇ କ୍ଵିଣ୍ଟାଲ୍ ଚାଉଳ ଯାହା ପିଲାଙ୍କ ମଧ୍ୟାହ୍ନ ଭୋଜନ ପାଇଁ ଆସିଥିଲା କାର୍ରେ ରଖିବା ବେଳେ ଧରିଥିଲେ ଗ୍ରାମବାସୀ ।ଯାହା ପରେ ସ୍କୁଲ୍ ଆଗରେ ଉତ୍ତେଜନା ପ୍ରକାଶ ପାଇଥିଲା । ଗାଁ ଲୋକଙ୍କ ବିରୋଧ ପରେ ସେଠାରୁ ପ୍ରଧାନଶିକ୍ଷୟିତ୍ରୀ ରିନା ଦେଇ ପଳାଇଥିଲେ । ଖବର ପାଇ ଆଠଗଡ଼ ବିଇଓ ଛଅଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ରିନା ଦେଇଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।ଉଲ୍ଲେଖ ଯୋଗ୍ୟ ବିଦ୍ୟାଳୟ ରେ ଏତେ ବସ୍ତା ଚାଉଳ ଗଚ୍ଛିତ ଥିବାବେଳେ କିପରି ଶିକ୍ଷା ବିଭାଗର ଅଧିକାରୀ ମାନେ ଜାଣି ପାରି ନଥିଲେ। କେବଳ ନାମକୁ ମାତ୍ର ଲୋକ ଦେଖାଣିଆ ଭାବେ ଅଧିକାରୀ ମାନେ ବିଦ୍ୟାଳୟ ର ସୁପରିଚାଳନା,ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ଓ ବିଦ୍ୟାଳୟ ପରିଦର୍ଶନ କରୁଥିବାର ଅଭିଯୋଗ ହୋଇଛି । ଯାହାକି ସେମାନଙ୍କ କାର୍ଯ୍ୟଧାରା କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
