ଭୁବନେଶ୍ଵର-କଟକ କମିଶନରେଟ ପୁଲିସର କମିଶନର ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ ଅଧିକାରୀ ସୁରେଶ ଦେବଦତ୍ତ ସିଂହ। ପୂର୍ବତନ ସିପି ସଞ୍ଜୀବ ପଣ୍ଡାଙ୍କ ନୂଆ କମିଶନର ସିଂହଙ୍କୁ ଦାୟିତ୍ଵ ହସ୍ତାନ୍ତର କରିଛନ୍ତି।ଖବର ଅନୁଯାୟୀ, ରବିବାର ରାଜ୍ୟ ସରକାରଙ୍କ ପକ୍ଷରୁ ଆଇପିଏସ୍ ସ୍ତରରେ ଅଦଳବଦଳ ହୋଇଥିଲା । ଯେଉଁଥିରେ କଟକ-ଭୁବନେଶ୍ୱରର କମିଶନର ଥିବା ସଞ୍ଜୀବ ପଣ୍ଡାଙ୍କ ବଦଳି କରାଯାଇଥିଲା । ତାଙ୍କ ବଦଳରେ ୧୯୯୮ ବ୍ୟାଚର ବରିଷ୍ଠ ଆଇପିଏସ୍ ସୁରେଶ ଦେବଦତ୍ତ ସିଂହଙ୍କୁ ଦାୟିତ୍ୱ ଦିଆଯାଇଥିଲା । ରବିବାର ବଦଳି ହେବା ପରେ ସୋମବାର ଦିନ ଅପରାହ୍ନ ସମୟରେ ଟ୍ୱିନ୍ ସିଟିର ନୂତନ କମିଶନର ଭାବେ ଦାୟିତ୍ୱ ସମ୍ଭାଳିଛନ୍ତି ଆଇପିଏସ୍ ସୁରେଶ ଦେବଦତ୍ତ ସିଂହ । ତେବେ ସିଂହଙ୍କ ପ୍ରତିକ୍ରିୟା କହିଛନ୍ତି ଯେ ପୋଲିସ ଏକା ସାଙ୍ଗରେ କଠୋର ଓ ନରମ ଆଭିମୁଖ୍ୟ ଗ୍ରହଣ କରିବ। ଅପରାଧୀଙ୍କ ପ୍ରତି କଠୋର, ଲୋକଙ୍କ ପ୍ରତି ନରମ ମନୋଭାବ ରହିବ । ଥାନାକୁ ଆସୁଥିବା ଲୋକଙ୍କ ପ୍ରତି ପୋଲିସ ସମ୍ବେଦନଶୀଳ ରହିବ । ଆଇନ ପରିସରରେ ରହି ଯଥା ସମ୍ଭବ ନ୍ୟାୟ ଦିଆଯିବ । ଆମ ପାଖକୁ ଯିଏ ଆସିବ ତାଙ୍କ ପ୍ରତି ନରମ ଭାବେ କଥା ହେବ ପୋଲିସ । ସମାନ ଢଙ୍ଗରେ ଅପରାଧୀଙ୍କ ପ୍ରତି ବି କଠୋର ହେବ ପୋଲିସ ।