ଦିଗପହଣ୍ଡିରେ ଡାଇରିଆ ପୂର୍ଣ୍ଣ ନିୟନ୍ତ୍ରଣାଧୀନ: ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର |

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକର ଉସ୍ତପଲ୍ଲୀ ଗ୍ରାମରେ ଦେଖାଦେଇଥିବା ଡାଇରିଆ ରୋଗକୁ ସପୂର୍ଣ୍ଣ ନିୟନ୍ତ୍ରଣାଧୀନ କରାଯାଇଛି। ଚଳିତ ମାସ ୬ରେ ବିକ୍ଷିପ୍ତ ଭାବେ ଆରମ୍ଭ ହୋଇଥିବା ଏହି ରୋଗ ସ୍ଥିତିରେ ସୁଧାର ଆସିଛି ବୋଲି
କହିଛନ୍ତି ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର | ସେ କହିଛନ୍ତି ଯେ ୬ ତାରିଖ ଠାରୁ ଆଜି ଅପରାହ୍ନ ସୁଦ୍ଧା ଉସ୍ତପଲ୍ଲୀ ଗ୍ରାମରେ ସମୁଦାୟ ୧୧ ଜଣ ବ୍ୟକ୍ତି ଡାଇରିଆରେ ଆକ୍ରାନ୍ତ ହୋଇଛନ୍ତି । ଆଜି ସେହି ଗ୍ରାମରୁ କୌଣସି ନୂଆ ରୋଗୀ ହସ୍ପିଟାଲ ଆସିନାହାନ୍ତି। ସଂକ୍ରମିତ ୧୧ ଜଣଙ୍କ ମଧ୍ୟରୁ ଦୁଇଦିନ ଭିତରେ ୬ ଜଣଙ୍କୁ ବ୍ରହ୍ମପୁର ଏମ.କେ.ସି.ଜି ମେଡିକାଲ କଲେଜ ହସ୍ପିଟାଲକୁ ପଠାଯାଇଥିଲା ଏବଂ ଅବଶିଷ୍ଟ ୫ ଜଣଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଇଥିଲା।

ଅଧିକ ପଢନ୍ତୁ

kc ads