ଦିନକ ପୂର୍ବରୁ ସରିଲା ବିଧାନସଭାର ମୌସୁମୀ ଅଧିବେଶନ

ବିଧାନସଭା ମୌସୁମୀ ଅଧିବେଶନକୁ ବୁଧବାର ଅନିର୍ଦ୍ଦିିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯାଇଛି। ଗତ ୧୮ ତାରିଖରୁ ଆରମ୍ଭ ହୋଇଥିବା ଅଧିବେଶନ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଚାଲିବାର ଥିଲା। କିଛି ସରକାରୀ କାର୍ଯ୍ୟ ନଥିବାରୁ ଓ ନବରାତ୍ର ପୂଜା ପାଇଁ ଆଜି ସରକାରୀ ଦଳ ମୁଖ୍ୟ ସଚେତକ ଗୃହ କାର୍ଯ୍ୟକୁ ବନ୍ଦ ପ୍ରସ୍ତାବ ଆଣିଥିଲେ । ଫଳରେ ଦିନକ ପୂର୍ବରୁ ବିଧାନସଭାର ମୌସୁମୀ ଅଧିବେଶନ ଶେଷ କରାଯାଇଛି । ବିଧାନସଭାର ଦ୍ବିତୀୟ ଦିନ ଠାରୁ ଆଜି ପର୍ଯ୍ୟନ୍ତ ବିରୋଧୀ ବିଜେଡି ଓ କଂଗ୍ରେସ ବାରମ୍ବାର ହୋହାଲ୍ଲା କରିଥିଲେ । ଦ୍ବିତୀୟ ଦିନରେ ବିଜେଡି ବିଧାୟକମାନେ ରାଜ୍ୟରେ ଚାଷୀମାନଙ୍କୁ ଉପଯୁକ୍ତ ପରିମାଣରେ ସାର ଦିଆଯାଉ ନଥିବା ଅଭିଯୋଗ ଆଣି ହୋହାଲ୍ଲା କରିଥିଲେ । ସେହିପରି କଂଗ୍ରେସ ବିଧାୟକମାନେ ଏକାଧିକ ଥର କକ୍ଷତ୍ୟାଗ କରିଥିଲେ । କଂଗ୍ରେସ ବିଧାୟକମାନେ ବିଧାନସଭା ପରିସରରେ ଥିବା ମହାତ୍ମାଗାନ୍ଧୀଙ୍କ ମୂର୍ତ୍ତି ତଳେ ବସିଥିଲେ । ଏହି ଅଧିବେଶନରେ କଂଗ୍ରେସ ବିଧାୟକମାନେ ଅନାସ୍ଥା ପ୍ରସ୍ତାବ ମଧ୍ୟ ଦୁଇ ଥର ଆଣିଥିଲେ |ଏହି ୭ ଦିନିଆ କାର୍ଯ୍ୟଦିବସ ଭିତରେ ସିଏଜି ରିପୋର୍ଟ ଉପସ୍ଥାପିତ ହୋଇଛି।

ଅଧିକ ପଢନ୍ତୁ

Odisha Darpan Digital