ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ତଥା ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସଓ୍ବେଲ ଦିନିକିଆ କ୍ରିକେଟରୁ ସୋମବାର ଅବସର ଘୋଷଣା କରିଛନ୍ତି। ଅବସର ସମ୍ପର୍କରେ ମ୍ୟାକ୍ସଓ୍ବେଲ ଘୋଷଣା କରିବା ପରେ ତାଙ୍କ ପ୍ରଶଂସକମାନେ ନିରୁତ୍ସାହିତ ହୋଇପଡ଼ିଛନ୍ତି।ତେବେ ସେ ଟି୨୦ କ୍ରିକେଟ ଖେଳିବା ଜାରୀ ରଖିବେ ବୋଲି ସ୍ପଷ୍ଟ କରିଛନ୍ତି । ୨୦୧୫ ଓ ୨୦୨୩ ବିଶ୍ୱକପ ଜିତିଥିବା ଅଷ୍ଟ୍ରେଲିଆ ଦଳର ସେ ସଦସ୍ୟ ଥିଲେ । ସେ ୧୯୪ ଦିନିକିଆ କ୍ରିକେଟରେ ୩୩.୮୧ ଆଭରେଜରେ ୩୯୯୦ ରନ କରିଥିଲେ । ଏଥିରେ ୪ ଶତକ ଓ ୨୩ ଅର୍ଦ୍ଧଶତକ ସାମିଲ । ୨୦୨୩ ଦିନିକିଆ ବିଶ୍ୱକପରେ ସେ ଆଫଗାନିସ୍ତାନ ବିପକ୍ଷରେ ୨୦୧ ରନର ଅବିସ୍ମରଣୀୟ ଇନିଂସ ଖେଳିଥିଲେ ।
