ଦିନ ୧୧ଟାରୁ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ସମ୍ୱୋଧନ କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ‘ପରୀକ୍ଷା ପେ ଚର୍ଚ୍ଚା ୨୦୨୫’ କାର୍ଯ୍ୟକ୍ରମ ସକାଳ ୧୧ଟାରେ ଆରମ୍ଭ ହୋଇଛି। ଏହା ପରୀକ୍ଷା ପେ ଚର୍ଚ୍ଚାର ଅଷ୍ଟମ ସଂସ୍କରଣ। ପ୍ରଧାନମନ୍ତ୍ରୀଙ୍କ ଏହି ଆଲୋଚନା କାର୍ଯ୍ୟକ୍ରମ ଶିକ୍ଷା ବିଭାଗ ଦ୍ୱାରା ସ୍କୁଲଗୁଡ଼ିକରେ ସିଧା ପ୍ରସାରଣ କରାଯାଇଛି। କେବେ କେବେ ନିଜ ସହ ମଧ୍ୟ କଥା ହେବା ଉଚିତ୍ । ଯେଉଁଠି କେହି ପହଞ୍ଚିନଥିବେ ସେଠି ପିଲାମାନଙ୍କୁ ପହଞ୍ଚି, ନେତୃତ୍ବ ନେବାକୁ ବାର୍ତ୍ତା ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏଥିସହିତ ଉତ୍ତମ ସ୍ବାସ୍ଥ୍ୟ ପାଇଁ ମଦ୍ୟ ଟିପ୍ସ ଦେଇ କହିଛନ୍ତି, ପିଲାମାନେ ଚାଷୀମାନଙ୍କ ଭଳି ଡାଏଟ୍ ଆଉ ଭରପୁର ନିଦ ଗ୍ରହଣ କରିବା ଆବଶ୍ୟକ । ଚାପ, ଚିନ୍ତା ଏବଂ ପରୀକ୍ଷା ଜନିତ ମାନସିକ ଅବସାଦରୁ ବଞ୍ଚିବା ଉଚିତ୍ ।

ଏଥିପାଇଁ ଅଭିଭାବକ ଓ ଶିକ୍ଷକ ମଧ୍ୟ ପିଲାଙ୍କ ଉପରେ ଚାପ ପକାଇବା ଉଚିତ୍ ନୁହେଁ । ପିଲାମାନଙ୍କୁ ଅନ୍ୟ ପିଲାଙ୍କ ସହ ମଧ୍ୟ ତୁଳନା ନକରିବାକୁ ଉପଦେଶ ଦେଇଛନ୍ତି ମୋଦି ।ଏକ ଉପାଖ୍ୟାନ ବାଣ୍ଟି ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ ପ୍ରତ୍ୟେକ ଛାତ୍ରଙ୍କ ନିକଟରେ ଏକ ବିଶେଷ ପ୍ରତିଭା ଥାଏ। ପାଠପଢ଼ାରେ ଦୁର୍ବଳ ଛାତ୍ରମାନଙ୍କ ମଧ୍ୟରେ ଅନ୍ୟ କୌଣସି ଲୁକ୍କାୟିତ ପ୍ରତିଭା ଥାଇପାରେ। ଶିକ୍ଷକମାନଙ୍କୁ ସେହି ପ୍ରତିଭାକୁ ଚିହ୍ନି ପ୍ରୋତ୍ସାହିତ କରିବାକୁ ପଡିବ।ଆହୁରି ମଧ୍ୟ ପିଲାମାନଙ୍କୁ ଉପଦେଶ ଦେଇ ମୋଦି କହିଛନ୍ତି, ସମୟକୁ ସଦୁପଯୋଗ କର । ଟାଇମ ମ୍ୟାନେଜମେଣ୍ଟ କରିବା ଶିଖ । ପ୍ରତିଦିନ ପାଠପଢା ସହ ଲେଖିବା ଅଭ୍ୟାସ କର । ଲେଖିବା ଅଭ୍ୟାସ ଥିଲେ ପରୀକ୍ଷାରେ ଲେଖିବାକୁ କଷ୍ଟ ହେବନାହିଁ । ବର୍ତ୍ତମାନ ସମୟରେ ଅଧିକ ନଭାବି ଧ୍ୟାନ ଦେଲେ ସଫଳ ନିଶ୍ଚିତ ବୋଲି ପରୀକ୍ଷାର୍ଥୀଙ୍କୁ ମନ୍ତ୍ରଣା ଦେଇଛନ୍ତି ମୋଦି ।

ଅଧିକ ପଢନ୍ତୁ