ଦିଲ୍ଲୀପ ରାୟଙ୍କୁ କୌଣସି ସାହାର୍ଯ୍ୟ କରିବେନି କହିଲେ ଭକ୍ତ

ପିସିସି ସଭାପତି ଭକ୍ତ ଦାସଙ୍କ ସହ କଥା ହେଲେ ଦିଲ୍ଲୀପ ରାୟ । ଫୋନରେ କଥା ହୋଇଛନ୍ତି କହିଲେ ଭକ୍ତ ଦାସ । ସେ ପ୍ରତିକ୍ରିୟା ରଖି କହିଛନ୍ତି, ସେ ମୋର ବନ୍ଧୁ, ଶେଷ ମୂହୂର୍ତ୍ତରେ କାହିଁକି ସ୍ୱାଧୀନ ପାର୍ଥି ହେଲେ ଜାଣିନି । ମୁଁ ପୂର୍ବରୁ ତାଙ୍କୁ କହିଥିଲି ବିଜେଡି ଏବଂ କଂଗ୍ରେସ ପ୍ରାର୍ଥୀ ହେବାକୁ , କିନ୍ତୁ ସେ କିଛି ଉତ୍ତର ଦେଇନଥିଲେ, କିନ୍ତୁ ଏବେ ସ୍ୱାଧୀନ ପ୍ରାର୍ଥୀ ହେଉଛନ୍ତି । ଶେଷ ମୂହୁର୍ତ୍ତରେ ମୋତେ ସହଯୋଗ ମାଗିଲେ ମୁଁ କିଛି କରିପାରିବି ନାହିଁ । ଏହା ବିଚାରଗତ ଲଢେଇ, ଏଠି ସମ୍ପର୍କରେ ସ୍ଥାନ ନାହିଁ । ତେଣୁ ମୋତେ ନିବେଦନ କରିବା ଠିକ୍ ହେବ ନାହିଁ ।

ଡାକ୍ତର ଦତ୍ତେଶ୍ବର ହୋତାଙ୍କୁ କଂଗ୍ରେସର ୧୪ ଏବଂ ସିପିଆଇଏମ୍‌ର ଗୋଟିଏ ଭୋଟ୍ ନିଶ୍ଚିନ୍ତ ମିଳିବ । ମୁଁ କଂଗ୍ରେସ ବିଧାୟକଙ୍କ ସହ ଆଲୋଚନା କରିଛି । ମୋର ସମସ୍ତ ବିଧାୟକଙ୍କୁ ଅନୁରୋଧ କେହି ଦଳ ବିରୋଧୀ କାର୍ଯ୍ୟ କରିବେ ନାହିଁ । ବିଜେଡିର ସମ୍ପୂର୍ଣ୍ଣ ଭୋଟ୍ ମଧ୍ୟ ତାଙ୍କୁ ମିଳିବ ।ସୂଚନାଥାଉକି, ଆସନ୍ତାକାଲି ଦିଲ୍ଲୀପ ରାୟ ରାଜ୍ୟସଭା ନିର୍ବାଚନ ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିବେ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦତ୍ତେଶ୍ୱର ହୋତାଙ୍କୁ ଚତୁର୍ଥ ପ୍ରାର୍ଥୀ ଭାବେ ଚୟନ କରିବା ବେଳେ କଂଗ୍ରେସ ଏହାକୁ ସମର୍ଥନ କରିଛି । ଯେତେବେଳେ ଦିଲ୍ଲୀପ ରାୟ ଆସନ୍ତାକାଲି ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ଯାଉଛନ୍ତି ସେତେବେଳେ ରାଜନୀତିରେ ଅଙ୍କ ଓଲଟପାଲଟ ହୋଇଯିବ କି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଅଧିକ ପଢନ୍ତୁ