ତାଜ ଏକ୍ସପ୍ରେସ ଟ୍ରେନର ୪ଟି ବଗିରେ ଭୟଙ୍କର ନିଆଁ ଲାଗିଥିଲା। ତୋଗଲକାବାଦ-ଓଖଲା ମଧ୍ୟରେ ତାଜ ଏକ୍ସପ୍ରେସରେ ଅଘଟଣ ଘଟିଥିଲା। ଏହି ଅଗ୍ନିକାଣ୍ଡରେ କୌଣସି ଯାତ୍ରୀଙ୍କ କ୍ଷତି ହୋଇନଥିବା ଜଣାପଡ଼ିଥିବାବଳେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି।ଉତ୍ତର ରେଳବାଇର ମୁଖ୍ୟ ଲୋକ ସମ୍ପର୍କ ଅଧିକାରୀ ଦୀପକ କୁମାର କହିଛନ୍ତି ଯେ ନୂଆଦିଲ୍ଲୀ ଷ୍ଟେସନରୁ ୧୨୨୮୦ ତାଜ ଏକ୍ସପ୍ରେସ ବାହାରିଥିଲା। ଟ୍ରେନ୍ ଟି ଓଖଲା ଓ ତୁଗଲକାବାଦ ମଧ୍ୟରେ ଥିବା ବେଳେ ଦୁଇଟି ବଗିରେ ନିଆଁ ଲାଗିଯାଇଥିଲା। କୋଚରୁ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଥିଲା। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ।
ଏହି ଟ୍ରେନଟି ନୂଆଦିଲ୍ଲୀ ରେଳଷ୍ଟେସନରୁ ଝାନ୍ସି ଅଭିମୁଖେ ଯାତ୍ରା ସମୟଠାରୁ ପ୍ରାୟ ୮ ଘଣ୍ଟା ବିଳମ୍ବରେ ବାହାରିଥିଲା। ଏହା ସକାଳ ୬ଟା ୫୫ରେ ଛାଡ଼ିବାର ଥିଲା। କିନ୍ତୁ ନୂଆଦିଲ୍ଲୀ ରେଳ ଷ୍ଟେସନରୁ ଅପରାହ୍ନ ୩ଟା ୨୪ରେ ନିଆଁ ଲାଗିଯାଇଥିଲା । ନିଆଁ ଡି-୩, ଡି-୪ ଓ ଡି-୨ ନମ୍ବର ବଗିରେ ଲାଗିଥିଲା । ଅଗ୍ନିକାଣ୍ଡ ଯୋଗୁଁ ଏହି ରୁଟରେ ପାଖାପାଖି ୪ଟି ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି।