ଦିଲ୍ଲୀରୁ ଫେରିଲେ ନବୀନ

ଦିଲ୍ଲୀରୁ ଫେରିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଶୁକ୍ରବାର ଅପରାହ୍ନ ପ୍ରାୟ ୩ଟାରେ ଏକ ସ୍ଵତନ୍ତ୍ର ଚାର୍ଟର୍ଡ ବିମାନରେ ଆସି ଭୁବନେଶ୍ଵର ଅନ୍ତର୍ଜାତୀୟ ବିମାନବନ୍ଦରରେ ଓହ୍ଲାଇଛନ୍ତି। ସେଠାରୁ ସେ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ନ ଦେଇ ସିଧାସଳଖ ନବୀନ ନିବାସକୁ ଯାଇଛନ୍ତି।ତେବେ ଦିଲ୍ଲୀରେ ଦୀର୍ଘ ୧ ମାସରୁ ଅଧିକ ସମୟ ରହିବା ପରେ ନବୀନ ଓଡିଶା ଫେରିଛନ୍ତି। ତାଙ୍କ ଫେରିବା ଗୁରୁତ୍ଵପୂର୍ଣ୍ଣ ରହିଥିଲା। ଆଗକୁ ନୂଆପଡ଼ା ବିଧାନସଭା ନିର୍ବାଚନ ଥିବାରୁ ନବୀନଙ୍କ ରଣନୀତି ଅତି ଗୁରୁତ୍ଵପୂର୍ଣ୍ଣ ବୋଲି କୁହାଯାଉଛି।

ଅଧିକ ପଢନ୍ତୁ

Odisha Darpan Digital