ଦିଲ୍ଲୀରୁ ଫେରି ମେଣ୍ଟ ନେଇ ବିସ୍ଫୋରକ ବୟାନ ଦେଲେ ମନମୋହନ

ପୂର୍ବରୁ ବିଜେଡି ସହ ଭାଜପାର ମେଣ୍ଟ ଚର୍ଚ୍ଚାକୁ ସିଧାସଳଖ ଖଣ୍ଡନ କରୁଥିବା ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ମିଜାଜରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ମେଣ୍ଟକୁ ନେଇ ସେ ସିଧାସଳଖ କିଛି କହି ନ ଥିଲେ ବି ବିଜେଡି ଓ ଭାଜପା ମେଣ୍ଟକୁ ନେଇ ବଡ ବୟାନ ଦେଇଛନ୍ତି। ଓଡ଼ିଶା ଫେରିବା ପରେ ମେଣ୍ଟ ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ ସବୁ ଠିକ୍‍ ଚାଲିଛି, ସବୁ ବିଷୟରେ ବିଚାର ଆଲୋଚନା କରାଯାଉଛି ।

ଆମର ଯାହା ପ୍ରକ୍ରିୟା ରହିଛି ତାହା କରାଯାଉଛି । ତେବେ ପୂର୍ବରୁ ମେଣ୍ଟ ଉପରେ ଖୋଲାଖୋଲି କହୁଥିବା ସଭାପତିଙ୍କ ଆଜି ଏଭଳି ବୟାନ ମେଣ୍ଟ ହେବା ନେଇ ଇସାରା କରୁଛି । ବୁଧବାର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ରାଜ୍ୟ ନେତାଙ୍କ ବୈଠକ ହୋଇଥିଲା । ଦୁଇ ଦଳ ମଧ୍ୟରେ ଆସନ ଭାଗବଣ୍ଟା ନେଇ ମେଣ୍ଟ ହେବାରେ ବିଳମ୍ବ ହେଉଥିବା କୁହାଯାଉଛି । ଏଣେ ମେଣ୍ଟ ଘୋଷଣା ବିଳମ୍ବ ହେଉଥିବାରୁ ଏମାନଙ୍କ ମଧ୍ୟକୁ କିଏ ସତ କହୁଛନ୍ତି ଓ କିଏ ମିଛ କହୁଛନ୍ତି; ଏକଥା କେହି ଠଉରାଇ ପାରୁନାହାନ୍ତି।

ଅଧିକ ପଢନ୍ତୁ

Odisha Darpan Digital