ଦିଲ୍ଲୀରେ ଆଉ ଏକ ବିସ୍ଫୋରଣ !

ଲାଲକିଲ୍ଲା ବିସ୍ଫୋରଣ ପରେ ଦିଲ୍ଲୀରେ ଆଉ ଏକ ବିସ୍ଫୋରଣ ଘଟଣା ଖବର ଆସିବା ପରେ ଆଖପାଖ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଗୁରୁବାର ସକାଳେ ଦିଲ୍ଲୀ ମହିପାଳପୁର ଅଞ୍ଚଳର ରାଡିସନ ହୋଟେଲ ନିକଟରେ ଆଉ ଏକ ବିସ୍ଫୋରଣ ପରି ଶବ୍ଦ ଶୁଣାଗଲା । ସକାଳ ୯ଟା ୧୮ରେ ଏହି ବିସ୍ଫୋରଣ ଘଟିଥିବା ସୂଚନା । ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚିଥିବା ବେଳେ ପୁଲିସ ମଧ୍ୟ ଘଟଣାର ତଦନ୍ତ ଆରମ୍ଭ କରିଛି ।ବିସ୍ଫୋରଣର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଘଟଣା ସ୍ଥଳରେ ତିନୋଟି ଦମକଳ ଗାଡ଼ି ଉପସ୍ଥିତ ଅଛି।

ଦିଲ୍ଲୀର ମହିପାଳପୁରରେ ଥିବା ରାଡିସନ୍ ହୋଟେଲ ନିକଟରେ ବିସ୍ଫୋରଣ ସମ୍ପର୍କରେ ଏକ ପୋଲିସ ବିବୃତ୍ତି ମଧ୍ୟ ପ୍ରକାଶ ପାଇଛି। ଡିସିପି ଦକ୍ଷିଣ ପଶ୍ଚିମ କହିଛନ୍ତି, “ପ୍ରାଥମିକ ତଦନ୍ତରେ ଦିଲ୍ଲୀ ପୋଲିସ କିଛି ସନ୍ଦେହଜନକ ପାଇନାହିଁ। ପୋଲିସ ଶବ୍ଦର ଉତ୍ସ ଖୋଜିବାକୁ ଚେଷ୍ଟା କରୁଛି।”

ଅଧିକ ପଢନ୍ତୁ