ଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି ଓଡ଼ିଶା ସରକାର। ଏପରି ଏକ ଘଟଣାକୁ ଗମ୍ଭୀର ଓ ସ୍ପର୍ଶକାତର ଘଟଣା ଭାବେ ଗ୍ରହଣ କରାଯାଇଛି।ଓଡ଼ିଶା ପୋଲିସ ପୀଡ଼ିତାଙ୍କ ପରିବାର ସଦସ୍ୟଙ୍କ ସହ ଯୋଗାଯୋଗରେ ଅଛି ଏବଂ ଦିଲ୍ଲୀ ପୋଲିସ ସହିତ ତଦନ୍ତର ଅଗ୍ରଗତି ମଧ୍ୟ କରୁଛି। ଭୁବନେଶ୍ୱରରୁ ଦିଲ୍ଲୀ ପର୍ଯ୍ୟନ୍ତ ପରିବାର ସଦସ୍ୟଙ୍କ ଗତିବିଧିକୁ ସୁଗମ କରିବା ପାଇଁ ବ୍ୟବସ୍ଥା କରାଯାଇଛି। ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଥିବା ସୂଚନା। ସରାଇ କାଲେ ଖାନ୍ ଅଞ୍ଚଳରୁ ଅସହାୟ ଅବସ୍ଥାରେ ୨ ଦିନ ତଳେ ବିଳମ୍ବିତ ରାତିରେ ଉଦ୍ଧାର ହୋଇଥିଲେ ଯୁବତୀ। ଏବେ ଦିଲ୍ଲୀ ଏମ୍ସରେ ତାଙ୍କର ଚିକିତ୍ସା ଚାଲିଛି।ପୋଲିସ ଏହି ଘଟଣାର ତଦନ୍ତ କରି ଘଟଣାର ଅଧିକ ସୂଚନା ସଂଗ୍ରହ କରିବା ପାଇଁ ଅଞ୍ଚଳର ସିସିଟିଭି ଫୁଟେଜ ସମୀକ୍ଷା କରୁଛି। “ପୀଡିତା ବର୍ତ୍ତମାନ ସ୍ପଷ୍ଟ ବିବରଣୀ ପ୍ରଦାନ କରିବାରେ ଅସମର୍ଥ। ତାଙ୍କ ପରିବାର ଲୋକଙ୍କୁ ସୂଚନା ଦିଆଯାଇଛି।
