ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ଉପ ମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ଉଭୟ ନେତାଙ୍କ ମଧ୍ୟରେ ୱାନ ଟୁ ୱାନ ଆଲୋଚନା ହୋଇଛି । ଭେଟଘାଟ୍ ବେଳେ କଣ ଆଲୋଚନା ହେଲା ତାହା ସ୍ପଷ୍ଟ ହୋଇନାହିଁ।ଏକ୍ସ ପୋଷ୍ଟରେ ଉପମୁଖମନ୍ତ୍ରୀ ଲେଖିଛନ୍ତି, ‘ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାର ଆଜି ସୌଭାଗ୍ୟ ମିଳିଲା । ଓଡ଼ିଶାର ଅନନ୍ୟ ଆତ୍ମା ଏବଂ ଅବଦାନକୁ ହୃଦୟରେ ରଖି ବିକଶିତ ଭାରତ ଗଠନ ପାଇଁ ଗଭୀର କୃତଜ୍ଞତା, ପ୍ରତିଫଳନ ଏବଂ ମିଳିତ ପ୍ରତିବଦ୍ଧତାର ଏକ ମୁହୂର୍ତ୍ତ ଥିଲା । ଏକ ସଶକ୍ତ, ସମାବେଶୀ ଏବଂ ସାଂସ୍କୃତିକ ଭାବରେ ସମୃଦ୍ଧ ଭାରତ ଆଡକୁ ଆମର ସାମୂହିକ ଯାତ୍ରାକୁ ମହାପ୍ରଭୁ ଜଗନ୍ନାଥ ମାର୍ଗଦର୍ଶନ କରିବା ଜାରି ରଖନ୍ତୁ ।’ପୂର୍ବରୁ ଦିଲ୍ଲୀରେ ଅଛନ୍ତି କେଭି ସିଂହଦେଓ । ଏହି ତିନି ହେଭିୱେଟଙ୍କ ଉପସ୍ଥିତି ପରେ ମନ୍ତ୍ରିମଣ୍ଡଳ ଅଦଳବଦଳ ଓ ସମ୍ପ୍ରସାରଣ ଚର୍ଚ୍ଚା ଜୋରଦାର ହୋଇଛି । ଠିକ୍ ଏତିକିବେଳେ ଉପ ମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ରାଜନୈତିକ ଦୃଷ୍ଟିକୋଣରୁ ବେଶ ଗୁରୁତ୍ବ ବହନ କରୁଛି।ମୁଖ୍ୟମନ୍ତ୍ରୀଙ୍କର ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

ଅଧିକ ପଢନ୍ତୁ