ଦିଲ୍ଲୀ-ଏନସିଆରରେ ଗୁରୁବାର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଦିଲ୍ଲୀ-ଏନସିଆର ସମେତ ଉତ୍ତର ଭାରତରେ ବି ଭୂକମ୍ପ ଝଟାକ ଅନୁଭବ ହୋଇଛି ।ହିନ୍ଦୁକୁଶ ଅଞ୍ଚଳରେ ଏହାର ତୀବ୍ରତା ୬.୧ ରହିଥିଲା। ଜମ୍ମୁ-କଶ୍ମୀରର ପୁଞ୍ଚ ଅଞ୍ଚଳରେ ବି ଭୂକମ୍ପ ଅନୁଭୂତ ହୋଇଛି। ପାକ୍-ଆଫଗାନିସ୍ତାନ ସୀମା ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଅଟେ।ଦୀର୍ଘ ସମୟ ପର୍ଯ୍ୟନ୍ତ ଲୋକ ଏହାକୁ ଅନୁଭବ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ମୃତାହତ କିମ୍ବା କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନି । କିନ୍ତୁ ଭୂକମ୍ପ ଘଟିବା ମାତ୍ରେ ଲୋକ ଭୟଭୀତ ହୋଇ ଘରୁ ବାହାରକୁ ବାହାରି ଆସିଥିଲେ ।
ଦିଲ୍ଲୀ ଏନସିଆରରେ ହୋଇଥିବା ଭୂକମ୍ପକୁ ନେଇ ବିଶେଷଜ୍ଞ ମାନେ ଆଗୁଆ ଚେତାବନୀ ଜାରି କରିଥିଲେ । ଏମାନଙ୍କ କହିବା ମୂତାବକ ଦିଲ୍ଲୀ ଏନସିଆରରେ କୌଣସି ବି ସମୟରେ ବଡ ଧରଣର ଭୂକମ୍ପ ହୋଇପାରେ । ତାହା କେହି କହିପାରିବେନାହିଁ। ଦିଲ୍ଲୀ ଏନସିଆରର ୧୦୦ ମିଟର ଗଭୀରରେ ବଡଧରଣର ତ୍ରୁଟି ରହିଛି।