ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା ଭିତରେ ଦିଲ୍ଲୀ ଗଲେ ମନମୋହନ। ଦିଲ୍ଲୀରେ ଶୀର୍ଷ ନେତାଙ୍କୁ ମନମୋହନ ଭେଟି ପାରନ୍ତି । ସଭାପତି ହେବା ପରେ ପ୍ରଥମ ଥର ପାଇଁ ଦିଲ୍ଲୀ ଗସ୍ତ କରିଛନ୍ତି। ଆଗକୁ କିଛି ମନ୍ତ୍ରୀ ମଧ୍ୟ ଦିଲ୍ଲୀ ଗସ୍ତରେ ଯାଇ ପାରନ୍ତି। ମନମୋହନଙ୍କ ସହ ସଂଗଠନ ସାଧାରଣ ସମ୍ପାଦକ ମାନସ ମହାନ୍ତି ମଧ୍ୟ ଦିଲ୍ଲୀ ଯାଇଛନ୍ତି। ଦୀର୍ଘ ଦିନର ଛକାପଞ୍ଝା ପରେ ପୁଣି ଥରେ ରାଜ୍ୟ ବିଜେପିକୁ ମିଳିଛି ମଙ୍ଗୁଆଳ । ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିଲେ ମନମୋହନ । ମନମୋହନଙ୍କ ଉପରେ ଦଳ ପୁଣି ଥରେ ଭରସା କରିବା ପଛରେ ଅନେକ କାରଣ ରହିଥିବା କୁହାଯାଉଛି । ବିଶେଷକରି ମନମୋହନ ୨୦୨୪ ନିର୍ବାଚନରେ ଦଳର ଉତ୍ତମ ପ୍ରଦର୍ଶନ । ନୂଆ ଓ ପୁରୁଣା ନେତାଙ୍କ ନେଇ ଆଗକୁ ବଢ଼ିବାର କୌଶଳ । ରାଜ୍ୟ ସଭାପତି ଭାବେ ମନମୋହନଙ୍କ ୮ବର୍ଷର ଅଭିଜ୍ଞତା ।
