ପୁର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଦିଲ୍ଲୀ ଗସ୍ତ । ଦିଲ୍ଲୀରେ ଅସୁସ୍ଥ ବଡ଼ ଭାଇ ପ୍ରେମ ପଟ୍ଟନାୟକଙ୍କୁ ଭେଟିବେ । ଏ ନେଇ ସୂଚନା ଦେଇଛନ୍ତି ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର ।ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ବଡ଼ ଭାଇ ପ୍ରେମ ପଟ୍ଟନାୟକ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏହା ତାଙ୍କର ବ୍ୟକ୍ତିଗତ ଗସ୍ତ ସେ କେତେ ଦିନ ଦିଲ୍ଲୀରେ ରହିବେ, ସେ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ। ଏହି ଗସ୍ତ ସମୟରେ ନବୀନ ଦଳର ସାଂସଦମାନଙ୍କୁ ଭେଟିବା ସହ ସଂସଦୀୟ ଦଳ ନେତା ବାଛିପାରନ୍ତି ବୋଲି କୁହାଯାଇଛି।ବିଜେଡି ସଂସଦୀୟ ଦଳରେ ବିବାଦକୁ ନେଇ ଏବେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ସଂସଦୀୟ ଦଳ ନେତା ପଦବୀରୁ ସସ୍ମିତ ପାତ୍ର ଇସ୍ତଫା ଦେଇଛନ୍ତି | ତାଙ୍କ ଇସ୍ତଫାପତ୍ରକୁ ସଭାପତି ନବୀନ ପଟ୍ଟନାୟକ ଗ୍ରହଣ କରିଛନ୍ତି। କେଉଁ ପରିସ୍ଥିତିରେ ସସ୍ମିତଙ୍କୁ ଇସ୍ତଫା ଦେବାକୁ ପଡ଼ିଲା, ତାହା ରହସ୍ୟଜନକ ହୋଇ ରହିଛି।
