ଦିଲ୍ଲୀ ଗସ୍ତରେ ମନମୋହନ ସାମଲ

ଦିଲ୍ଲୀ ଗସ୍ତରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ରାଜ୍ୟ କମିଟି ଓ ବୋର୍ଡ ନିଗମ ଅଧ୍ୟକ୍ଷ ନିଯୁକ୍ତି ନେଇ ବଢିଲା ଚର୍ଚ୍ଚା। ଗସ୍ତ ସମୟରେ ମନମୋହନ କିଛି କେନ୍ଦ୍ରୀୟ ନେତୃତ୍ୱଙ୍କୁ ଭେଟି ପାରନ୍ତି। ଉପରାଷ୍ଟ୍ରପତି ନିର୍ବାଚନ ନେଇ ସାଂସଦମାନଙ୍କ ସହ ଆଲୋଚନା କରିପାରନ୍ତି। ସେପଟେ ଭୁବନେଶ୍ୱର ସାଙ୍ଗଠନିକ ଜିଲା ଅନ୍ତର୍ଗତ ଶ୍ରୀକୃଷ୍ଣ ମଣ୍ଡଳ ସଭାପତି ସ୍ମୃତିରଞ୍ଜନ ଦାସଙ୍କର ବେଆଇନ କାର୍ଯ୍ୟକଳାପରେ ସଂପୃକ୍ତି ଅଭିଯୋଗ କାରଣରୁ ଦଳର ଭାବମୂର୍ତ୍ତି କ୍ଷୁଣ୍ଣ ହୋଇଛି। ତେଣୁ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିର୍ଦ୍ଦେଶକ୍ରମେ ସ୍ମୃତି ରଞ୍ଜନ ଦାସଙ୍କୁ ଦଳରୁ ନିଲମ୍ବନ କରାଗଲା ବୋଲି ଶୃଙ୍ଖଳା କମିଟି ରାଜ୍ୟ ଆବାହକ ସୁଦର୍ଶନ ନାୟକ ସୂଚନା ଦେଇଛନ୍ତି।

ଅଧିକ ପଢନ୍ତୁ