ଦିଲ୍ଲୀ ଦଶହରା ରାମଲୀଳାରେ ରାମ ଭୂମିକାରେ ନଜର ଆସିବେ ବବି ଦେଓଲ

ଦଶହରାରେ ଦିଲ୍ଲୀର ଲବକୁଶ ରାମଲୀଳାରେ ସାମିଲ ହେବେ ବଲିଉଡ ଆକ୍ଟର ବବି ଦେଓଲ୍ । ତାଙ୍କୁ ରାମ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ । ଯେଉଁଥିରେ ତାଙ୍କୁ ରାବଣ ପୋଡି କରୁଥିବାର ମଧ୍ୟ ଦେଖିବାକୁ ମିଳିବ । ଏହି ଖବରକୁ ଅଭିନେତା ସ୍ପଷ୍ଟ କରିଛନ୍ତି ।ଏହି ସମ୍ପର୍କରେ ଆୟୋଜକ କମିଟି ପକ୍ଷରୁ ଏକ ଭିଡିଓ ସେୟାର ହୋଇଛି ଯେଉଁଥିରେ ବବି ଦେଓଲ ଏହି ବାର୍ଷିକ ପରମ୍ପରାରେ ସାମିଲ ହୋଇଥିବାରୁ ନିଜର ଖୁସି ପ୍ରକାଶ କରୁଥିବାର ଦେଖିବାକୁ ମିଳିଛି ।

ଭିଡିଓରେ ବବି ଦେଓଲ କହିଛନ୍ତିଯେ, ଏଥର ମୁଁ ଦିଲ୍ଲୀର ରାମଲୀଳାକୁ ଆସୁଛି । ତେଣୁ ଦଶହରାରେ ଦେଖା ହେବ । ସେହିପରି, କିମିଟି କହିଛି ଯେ, ଏହି ଐତିହାସିକ ମଞ୍ଚରେ ବବି ଦେଓଲଙ୍କ ଉପସ୍ଥିତି କେବଳ ଦର୍ଶକଙ୍କୁ ରୋମାଞ୍ଚିତ କରିବ ନାହିଁ ବରଂ ସବୁଦିନ ପାଇଁ ସମସ୍ତଙ୍କର ମନେ ରହିବ ।

ଅଧିକ ପଢନ୍ତୁ

Odisha Darpan Digital