ଯାଜପୁର ଜିଲ୍ଲା ଦଶରଥପୁର ଅଞ୍ଚଳରେ ଦିଲ୍ଲୀ ଯୁବତୀଙ୍କୁ ଅସଦାଚରଣ ଘଟଣା । ଆତ୍ମହତ୍ୟା ଉଦ୍ୟମ କଲା ଅଭିଯୁକ୍ତ ଅନିଲ ଜେନା । ଗିରଫ ଭୟରେ ସେ ମାନସିକ ଭାରସାମ୍ୟ ହରାଇ ବିଷପାନ କରିଥିବା ସୂଚନା ରହିଛି । ଅନିଲକୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ପୋଲିସ ହେପାଜତରେ ଅଭିଯୁକ୍ତ ଅନିଲର ଚାଲିଛି ଚିକିତ୍ସା । ଗିରଫ ଭୟରେ ଗତ ରାତିରେ ଘରେ ଥିବା ଅବସ୍ଥାରେ ବିଷ ଖାଇଥିବା ସୂଚନା । ସେପଟେ ଅଭିଯୋଗକୁ ଖଣ୍ଡନ କରୁଛନ୍ତି ଅଭିଯୁକ୍ତ । ବିଷପାନ ଅବସ୍ଥାରେ ଅଭିଯୁକ୍ତଙ୍କୁ ଧରିଲା ଦଶରଥପୁର ପୋଲିସ । ଅନ୍ୟଜଣେ ଅଭିଯୁକ୍ତ ନୀତେଶ ଜେନା ଏବେବି ଫେରାର ଅଛନ୍ତି ।ସୂଚନା ଅନୁସାରେ ଗତକାଲି ବିରଜା ମନ୍ଦିରକୁ ବୁଲିବାକୁ ଆସିଥିବା ଦିଲ୍ଲୀର ଜଣେ ଯୁବତୀଙ୍କୁ ଦୁଇଜଣ ଯୁବକ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା । ଏମିତିକି ତାଙ୍କୁ ସୁରକ୍ଷା ଦେବାକୁ ଆସିଥିବା ୨ ଜଣ ସମ୍ପର୍କୀୟ ଯୁବକଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ ହୋଇଥିଲା । ଏନେଇ ପୀଡ଼ିତା ଦଶରଥପୁର ଥାନାରେ ଅଭିଯୋଗ କରିବା ପରେ ଯାଜପୁର ଏସପି ଘଟଣାର ତଦନ୍ତ ପାଇଁ ମଙ୍ଗଳପୁର ଥାନା ଆଇଆଇସିକୁ ନିର୍ଦ୍ଦେଶ ଦେଇଥିଲେ ।