ଶୁକ୍ରବାର ଅପରାହ୍ନରେ ଦିଲ୍ଲୀ ହାଇକୋର୍ଟରେ ବୋମା ଧମକ ସୂଚନା ମିଳିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା । ପୁଲିସ ସୂତ୍ର ଅନୁଯାୟୀ, ପ୍ରାୟ ୪୦ ମିନିଟ୍ ପୂର୍ବରୁ ଏକ ଧମକପୂର୍ଣ୍ଣ ଇମେଲ୍ ଆସିଥିଲା ଯେଉଁଥିରେ କୋର୍ଟ ପରିସରରେ ତିନୋଟି ବୋମା ରଖାଯାଇଥିଲା ଏବଂ ଅପରାହ୍ନ ୨ଟା ସୁଦ୍ଧା ହାଇକୋର୍ଟ ଖାଲି କରିବାକୁ ଧମକ ଦିଆଯାଇଥିଲା ।ପୋଲିସ ପ୍ରୋଟୋକଲ ଲାଗୁ କରି ସମସ୍ତ ଜଜ୍ ଏବଂ ଓକିଲକୁ କୋର୍ଟ ପରିସରରୁ ବାହାରକୁ ଆସିଛନ୍ତି । ସମସ୍ତ ବିଚାରପତି ସେମାନଙ୍କର ବୋର୍ଡକୁ ସ୍ଥଗିତ ରଖିଥିଲେ ଏବଂ କୋର୍ଟ ରୁମ୍ ଛାଡିବା ପୂର୍ବରୁ ଶୁଣାଣି ବନ୍ଦ କରିଥିଲେ । ଘଟଣା ସ୍ଥଳରେ ବୋମା ନିଷ୍କ୍ରିୟ ଟିମ୍, ସ୍ପେଶାଲ ସେଲ ଏବଂ ଦିଲ୍ଲୀ ପୋଲିସର ୟୁନିଟ୍ ନିୟୋଜିତ ରହିଛି । କୋର୍ଟ ପରିସରରେ ଖୋଜା ଚାଲିଛି । ପୋଲିସ ଆଖପାଖ ଅଞ୍ଚଳକୁ ସିଲ୍ କରି ଯାଞ୍ଚ କରୁଛି ।
